jayashree

ଫରେଷ୍ଟର ଗାର୍ଡ ସୁମିତାଭ୍ ତ୍ରିପାଠୀ ଜଙ୍ଗଲ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସଇଁନ୍ତଲା କେନ୍ଦୁପତ୍ର ରେଞ୍ଜ ଅଧିନସ୍ଥ ଗଣ୍ଡପତ୍ରାପାଳି ସେକସନରେ କାର୍ୟ୍ୟରତ ଫରେଷ୍ଟର ଗାର୍ଡ ସୁମିତାଭ୍ ତ୍ରିପାଠୀଙ୍କୁ ଆଜି ଭୁବନେଶ୍ଵର ଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମାନପତ୍ର ଓ ଆଥିର୍କ ରାଶି ଦେଇ ପୁରସ୍କୃତ କରିଥିବା ବେଳେ ସଇଁନ୍ତଲା ରେଞ୍ଜ ଅଞ୍ଚଳରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ସୁମିତାଭ୍ ତ୍ରିପାଠୀ ଜଣେ ଦକ୍ଷ ଫରେଷ୍ଟର ଗାର୍ଡ ଓ ସେ ତାଙ୍କ କାର୍ୟ୍ୟକୁ ଉତ୍ତମ ମାର୍ଗରେ ପ୍ରଦର୍ଶିତ କରିବା ସହ ବିଗତ ବର୍ଷ କେନ୍ଦୁପତ୍ର କାର୍ୟ୍ୟକୁ ସଫଳ କରିପାରିଛନ୍ତି । ସଇଁନ୍ତଲା ରେଞ୍ଜ ଅଧିକାରୀ ସରୋଜ ଭୋଇଙ୍କ ତତ୍ତ୍ଵାବଧାନ ୨୦୨୦ ବର୍ଷ ଗଣ୍ଡପତ୍ରାପାଳି ସେକସନରେ କାର୍ୟ୍ୟରତ ଫରେଷ୍ଟର ଗାର୍ଡ ସୁମିତାଭ୍ ତ୍ରିପାଠୀ ଉପଯୁକ୍ତ ପରିମାଣରେ କେନ୍ଦୁପତ୍ର ସଂଗ୍ରହ କରିବା ସହ ତୋଳାଳୀ ଓ କର୍ମଚାରୀମାନଙ୍କୁ ଉଚିତ୍ ମାର୍ଗ ଦର୍ଶନ ଦେବା ସହ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରି ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇ ପାରିଛନ୍ତି । ତେବେ ଏହା ଜି‌ଲ୍ଲା ପାଇଁ ଗୌରବ ଆଣିବା ସହ ସଇଁନ୍ତଲା କେନ୍ଦୁପତ୍ର ରେଞ୍ଜକୁ ମଧ୍ୟ ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛନ୍ତି । ସୁମିତାଭ‌ଙ୍କୁ ବଲାଙ୍ଗିର ଡିଏଫଓ ସମୀର ସତପଥୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.