
- କୁଟାସିଂହା ବ୍ୟାରେଜ ଶୀଘ୍ର ଆରମ୍ଭ କରିବାକୁ ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥିତ ଥିବା ଅଙ୍ଗନଦିର ତଳ ମୁଣ୍ଡ ଉଭୟ ପଟର ଗ୍ରାମ ମାନଙ୍କରେ ପାନୀୟ ଜଳର ଉତ୍କଟ ସମସ୍ୟା ବଢ଼ିବାରେ ଲାଗିଛି । ଗ୍ରୀଷ୍ମ ପ୍ରବାହ ସମୟରେ ପିଇବା ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିଛି । ଯାହାର ଜ୍ୱଳନ୍ତ ଉଦାହରଣ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବଡ ଗ୍ରାମ ଦିଗସିରା, ଗୋଟିଏ ଗାଁ ଗୋଟିଏ ଗ୍ରାମ ପଞ୍ଚାୟତ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଅଙ୍ଗ ନଦୀର ପାଣି ସ୍ରୋତ କମିଯିବାରୁ ଏହି ଗ୍ରାମମାନଙ୍କରେ ଆବଶ୍ୟକ ପାଣି ମିଳିପାରୁନାହିଁ । ରାଜ୍ୟ ଓ କେନ୍ଦ୍ର ସରକାର ଭୂତଳ ଜଳକୁ ସଂଗ୍ରହ କରିବାକୁ ଏ ସବୁର ଆବଶ୍ୟକତାକୁ ମେଣ୍ଟାଇବାକୁ ଯଥା ପିଇବା ପାଣି, ଚାଷ ପାଇଁ ପାଣି, ପଶୁପକ୍ଷୀଙ୍କ ପାଇଁ ପାଣି, ମାଛଚାଷ ପାଇଁ ଭୂତଳ ଜଳକୁ ବ୍ୟାରେଜ ନିର୍ମାଣ ଆରମ୍ଭ କରିବାକୁ ପ୍ରସ୍ତାବ ରଖି ବିଗତ ସରକାର କୁଟାସିଂହା ଗ୍ରାମରେ ଏକ ନଦୀ ଗର୍ଭରେ ବ୍ୟାରେଜ୍ ନିର୍ମାଣ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ପ୍ରକଳ୍ପ ହେଲେ ବଲାଙ୍ଗିର ଜିଲ୍ଲାର ଓ ସୋନପୁର ଜିଲ୍ଲାର ୩୦ ଗୋଟି ଗ୍ରାମର ଲୋକେ ଉପକୃତ ହେବେ ବୋଲି ଅଞ୍ଚଳର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକମାନେ ମତାମତ ଦେଇଛନ୍ତି । ଏଥିପାଇଁ ବାରମ୍ବାର ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଜଣାଇଥିବା କହିଛନ୍ତି । ତେଣୁ ଶୀଘ୍ର ବିଭାଗୀୟ ଅଧିକାରୀମାନେ ଏ କାମ ବା ନଦୀ ଗର୍ଭ ଜଳ ଅମଳ ପ୍ରକଳ୍ପ ବ୍ୟାରେଜ ନିର୍ମାଣ କରିବାକୁ ଅଞ୍ଚଳରେ ଦାବି ହୋଇଛି ।