
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଗବାନଙ୍କ ଶ୍ରୀ ସତ୍ୟ ସାଇ ବାବାଙ୍କ ଅପାର କରୁଣାରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଶ୍ରୀସତ୍ୟ ସାଇ ବିଦ୍ୟାଭବନ ସ୍କୁଲ ପ୍ରାଙ୍ଗଣରେ ସ୍କୁଲ କର୍ତ୍ତୃପକ୍ଷଙ୍କ, ଶିକ୍ଷୟିତ୍ରୀଗଣ ଓ ପିଲାମାନଙ୍କୁ ନେଇ ଗୁରୁବାର ଦିନ ଚଳିତବର୍ଷ ର “ଶ୍ରୀ ସତ୍ୟସାଇ ପ୍ରେମ ତରୁ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ରାର୍ଥନା ସଭାରେ ପ୍ରଥମେ ପିଲାମାନଙ୍କୁ ବୃକ୍ଷର ବହୁ ମୂଲ୍ୟ ଉପକାରୀତା ସମ୍ପର୍କରେ ସଚେତନତା କରି କୁହାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମୟିକ ପ୍ରଶ୍ନର ଉତ୍ତର ମଧ୍ୟ ରଖାଯାଇଥିଲା । ସେମାନଙ୍କ ବାଡ଼ି ବଗିଚାରେ କି ପ୍ରକାର ସୁବିଧା ଅଛି, କେଉଁ ଚାରାଟି ନେଇ ସେମାନେ ସବୁଜିମା ବଢାଇବେ ସେ ସମ୍ପର୍କରେ ସବିଶେଷ ବିଷୟର ଆଲୋଚନା ହୋଇଥିଲା । ତା’ ପରେ କେତଟି ବୃକ୍ଷଚାରା ଯାହାକି- ବେଲ, ଅଁଳା, ଚମ୍ପା, ପିଜୁଳି, ତୁଳସୀ, ଗୁଆ ଭଳି କେତେ ଚାରା ବଣ୍ଟନ କରାଯାଇଥିଲା । ଆଉ କିଛି ସତ୍ୟସାଇ ସ୍କୁଲ ପରିସରରେ ଚାରା ରୋପଣ ପାଇଁ ଦାୟିତ୍ଵ ନିର୍ବାହ କରିବାକୁ କୁହାଯାଇଥିଲା । ଯାହାର ଗଛ ଜଲଦି ବଢିବ, ସେ ପିଲା ପୁରସ୍କୃତ ହେବେ ବୋଲି କୁହାଯାଇଥିଲା । ଏପରି ଆଗ୍ରହକୁ ତାଙ୍କ ଭିତରେ ବଢ଼ାଗଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବା ସଂଯୋଜକ, ସମିତି, ଆବାହକ, ସ୍କୁଲ ସଭାପତି ଓ ପ୍ରମୁଖ ସଭ୍ୟ, ସ୍କୁଲ ବିଦ୍ୟାଳୟ ଅଧ୍ୟକ୍ଷ ଶିକ୍ଷୟିତ୍ରୀ, ୪୭ଜଣ ଛାତ୍ର, ୩୮ଜଣ ଛାତ୍ରୀ ଭାଗ ନେଇ ଆନନ୍ଦ ଅନୁଭବ କରିଥିଲେ । ଯାହାକି ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
