csstore

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ : ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଗତ ଜୁନ ମାସ ୨୬ ତାରିଖରୁ ଜୁଲାଇ ମାସ ୨ ତାରିଖ ପର୍ଯ୍ୟନ୍ତ ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ପରିସରରେ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଓ ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଦ୍ୟୁତର ସୁରକ୍ଷିତ ବ୍ୟବହାର, ଦୁର୍ଘଟଣାରୁ ରକ୍ଷା ପାଇବାର ଉପାୟ ଏବଂ ବିଦ୍ୟୁତ ସମ୍ବନ୍ଧୀୟ ସତର୍କତା ବିଷୟରେ ସଚେତନ କରାଯାଇଥିଲା । ସମସ୍ତ ଛାତ୍ରୀଙ୍କୁ ବିଦ୍ୟୁତ ସୁରକ୍ଷା ଶପଥ ପାଠ କରାଯାଇଥିବା ବେଳେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏନର୍ଜି କ୍ଲବ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷୟିତ୍ରୀ ଧାରାଶ୍ରୀ ଧିମହୀ ବେହେରା ଉପସ୍ଥିତ ଛାତ୍ରୀମାନଙ୍କୁ ବିଦ୍ୟୁତ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବିଦ୍ୟୁତ ଆମ ଜୀବନର ଅପରିହାର୍ଯ୍ୟ ଅଂଶ ହୋଇଥିଲେ ମଧ୍ୟ ଅସାବଧାନତା ଜୀବନ ପ୍ରତି ବିପଦ ଆଣିପାରେ । ତେଣୁ ପ୍ରତ୍ୟେକ ଛାତ୍ରୀ ବିଦ୍ୟୁତର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଜସ୍ମିନ ସାହୁଙ୍କ ଦ୍ୱାରା ପରିଚାଳିତ କୁଇଜ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ସ୍ମୃତି ଶିଖା କୁମ୍ଭାର, ସୁସ୍ମିତା କୁମ୍ଭାର ଓ ଶ୍ରେୟା ଶେଫାଳି ସାହୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିଦ୍ୟାଳୟର ଛାତ୍ରୀ ପ୍ରିୟାଂଶି ପ୍ରିୟଦର୍ଶନୀ ଦାଶ, ସୋନିୟା ନାଏକ, ଦିବ୍ୟାଂଶୀ ଗାଇଗରିଆ, ଅନୁଷ୍କା ଷାଣ୍ଢ ଓ ଦମୟନ୍ତୀ ଖୁଆସ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଦ୍ୟୁତର ସୁରକ୍ଷିତ ବ୍ୟବହାର, ବିଦ୍ୟୁତ ଦୁର୍ଘଟଣାରୁ ସତର୍କ ରହିବା ଏବଂ ବିଦ୍ୟୁତ ସଂଚୟର ଆବଶ୍ୟକତା ସମ୍ପର୍କରେ ସୁନ୍ଦର ଓ ତଥ୍ୟ ଭିତ୍ତିକ ବକ୍ତବ୍ୟ ରଖିଥିଲେ । ସେମାନେ କହିଥିଲେ ଯେ, ସମସ୍ତ ବିଦ୍ୟୁତ ଉପକରଣ ବ୍ୟବହାର ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ଅପଚୟ ରୋକି ଶକ୍ତି ସଂଚୟ ଦିଗରେ ସଚେତନ ହେବା ଉଚିତ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ, ଯାଜ୍ଞସିନୀ ମହାପାତ୍ର, ସ୍ୱରୂପା ହୋତା, ପ୍ରଜ୍ଞା ପରମିତା ବଘାର, ପ୍ରିୟମ୍ବଦା ଦେବ, ସବିତା ମିଶ୍ର, ରଶ୍ମିତା ଦାଶ, ସୌମ୍ୟା ସାହୁ, ବିନ୍ଦୁରେଖା ସାହୁ, ଦେବସ୍ମିତା ପାଣିଗ୍ରାହୀ, ଲିଜା ସାହୁ, ସଂଗୀତା ସାହୁ, ସୋମନାଞ୍ଜଳି ସାହୁ, ନମିତା କର, ଅଂଶୁ ସାହାଣୀ, ଦୀପ୍ତି ବେହେରା, ରଶ୍ମିରେଖା ବାଗ, ସ୍ୱରଞ୍ଜିକା ରାଉତ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.