
ତୁଷୁରା, (କେପିଏନ୍ଏସ୍) : ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ସିଆର୍ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁଷୁରା ବାଳିକା ହାଇସ୍କୁଲର ନବାଗତ ପ୍ରଧାନ ଶିକ୍ଷକ ଡାକ୍ତର ବାଗ ଓ ବାଳକ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ବୈଠକରେ ତୁଷୁରା କ୍ଲଷ୍ଟରର ଶିଶୁଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ଏକ ନୂତନ କାର୍ଯ୍ୟକ୍ରମ ଶିଖରକୁ ଶୁଭାରମ୍ଭ କରାଯାଇଥିବା ସିଆର୍ସିସି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧି ନିକଟରେ ପ୍ରକାଶ କରିଛନ୍ତି । ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ପ୍ରମୋଦ କୁମାର ନାଏକ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ୱଜ ମେହେର, ସହକାରୀ ଶିକ୍ଷକ ପ୍ରଭାତ କିଶୋର ରାଏ ଓ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
