
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି ପରିସରରେ ବିଡିଓ ଅକ୍ଷୟ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମକରେ ଅତିଥି ମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଶ୍ରୀମତୀ କଳ୍ପନା କହଁର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବାଲିଗୁଡା ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ରଥ, ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ଏସଟି ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ନାରାୟଣ ମଲ୍ଲିକ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ବିଭିନ୍ନ ଅନୁସୂଚିତ ଜନଜାତି (ଏସ୍ଟି) ଏବଂ ଅନୁସୂଚିତ ଜାତି (ଏସ୍ସି) ସମ୍ପ୍ରଦାୟର ମୋଟ ୩୨୭ ଜଣ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାରସ୍ପରିକ କ୍ରିୟା, ସଚେତନତା ସୃଷ୍ଟି ଏବଂ ସାମୁଦାୟିକ ସଶକ୍ତିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା । ଏଥିରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥିଲା ଏସ୍ଟି ଏବଂ ଏସ୍ସି ସମ୍ପ୍ରଦାୟର ୭୨ ଜଣ ଉତ୍କୃଷ୍ଟ କୃତିତ୍ୱ ଯାହାକି, କଳା ଓ ସଂସ୍କୃତି, ସମାଜସେବା, ଶିକ୍ଷା ଏବଂ ମହିଳା ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କର ଅସାଧାରଣ ଅବଦାନ ଏବଂ ସଫଳତା ପାଇଁ ଏହି ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଡବ୍ଲୁଇଓ ଦୀପକ କନୱାର, ଜିପିଇଓ ଅମରେଶ ରଥଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଅବସରରେ, ସମ୍ମାନିତ ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ବିକାଶ, ସାମାଜିକ ସଶକ୍ତିକରଣ, ଆଦିବାସୀ ସଂସ୍କୃତିର ସଂରକ୍ଷଣ, ଶିକ୍ଷାଗତ ଉନ୍ନତି ଏବଂ ଅବହେଳିତ ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗୀତାକୁ ପ୍ରୋତ୍ସାହନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ଜନଜାତି ସମ୍ବାଦ ବୈଠକ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ ପଦକ୍ଷେପ ଗୁଡ଼ିକୁ ଲୋକଙ୍କ ନିକଟତର କରିବାରେ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।
