ବାରବନ୍ଧ ଓ ବେହେରାଖାଇ ଗ୍ରାମରେ ଦୁଇଟି ମେଟାଲିଙ୍ଗ ରାସ୍ତାର ଭିତ୍ତିପ୍ରସ୍ତର କାର୍ଯ୍ୟର ଶୁଭାରମ୍ଭ : ସରପଞ୍ଚଙ୍କୁ ଗ୍ରାମବାସୀଙ୍କ ଭୂୟସୀ ପ୍ରଶଂସା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତର ବାରବନ୍ଧ ଓ ବେହେରାଖାଇଠାରେ ମନରେଗା ଯୋଜନାରେ ଦୁଇଟି ମେଟାଲିଙ୍ଗ ରାସ୍ତାର ଭିତ୍ତି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଗୁଡିଘାଟ ସରପଞ୍ଚ ଶ୍ରୀମତୀ ରଶ୍ମିତା ବାଗ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ମୁରିବାହାଲ ବିଡିଓ ପୂର୍ଣ୍ଣାନନ୍ଦ ପୁଟେଲ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ଶୁଭାରମ୍ଭ କରିଥିଲେ । ପରେ ବେହେରାଖାଇଠାରେ ଅନୁଷ୍ଠିତ ଏକ ସଭାରେ ସରପଞ୍ଚ ରଶ୍ମିତା ବାଗ ମୁଖ୍ୟ ଅତିଥି, ବିଡିଓ ପୂର୍ଣ୍ଣାନନ୍ଦ ପୁଟେଲ, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ଏପିଓ ବସନ୍ତ ବଳିୟାର ସିଂ, ଯୋଗାଣ ନୀରିକ୍ଷକ ଅବିନାଶ ବିଶି, ଡବ୍ଳୁଇଓ ଭିମରାମ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ବିପିସି ରବୀନ୍ଦ୍ର ବେହେରା, ପିଇଓ ପ୍ରକାଶ କୁମାର ପନିକା, ଜିଆର୍‌ଏସ୍‌ ହୃଦାନନ୍ଦ ଦାସ, ଗାଁ ସାଥୀ ଗିରିଧାରୀ ସାହୁ, ୱାର୍ଡ ସଭ୍ୟା ପଦ୍ମା ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି ବେହେରାଖାଇ ଏକ ଅଣରାଜସ୍ଵ ଗ୍ରାମ ହୋଇଥିବାବେଳେ ପଚାଶ ବର୍ଷରୁ ଅଧିକ ହେବ ଏହିଠାରେ ତିରିଶିରୁ ଅଧିକ ଆଦିବାସୀ ପରିବାର ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି । ରାସ୍ତା ଖଣ୍ଡିଏ ନ ଥିବାରୁ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଯନ୍ତ୍ରଣା ହେଲେ ଖଟିଆରେ ବୁହା ହୋଇ ତିନି କିଲୋମିଟର ନେବାକୁ ପଡ଼ୁଥିବା ବେଳେ ବାଟରେ କିଛି ମହିଳାଙ୍କ ଜୀବନ ମଧ୍ୟ ଚାଲିଯାଇଥିବା ନଜିର ଅଛି । ଗୁଡିଘାଟ ସରପଞ୍ଚ ରଶ୍ମିତା ବାଗଙ୍କ ବଳିଷ୍ଠ ଉଦ୍ୟମରେ ଗତ ଅଗଷ୍ଟ ପନ୍ଦର ତାରିଖରେ ଏକ ସେତୁ ନିର୍ମାଣର ଲୋକାର୍ପଣ କରାଯାଇଥିଲା । ସେହିଦିନ ବେହେରାଖାଇ ଗ୍ରାମବାସୀ ରାସ୍ତାଟିଏ ପାଇଁ ଜଣାଇବାରୁ ଅତିଶୀଘ୍ର ରାସ୍ତା କରାଯିବ ବୋଲି ସରପଞ୍ଚ ଓ ବିଡିଓ ସେତେବେଳେ ପ୍ରତିଶୃତି ଦେଇଥିଲେ । ଆଜି ସେହି ରାସ୍ତାର ପ୍ରକଳ୍ପ ଶୁଭାରମ୍ଭ କରାଯାଇଥିବାରୁ ସରପଞ୍ଚ କଥା ଦେଇ କଥା ରଖିଲେ ବୋଲି ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇ ତାଙ୍କର ଭୂୟସୀ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

four + 1 =