‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ପାଇଥିବା ଶୋଭନା ଗିରିଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟୋଗ କ୍ଷେତ୍ରରେ ବଲାଙ୍ଗିର ମାଟିର ଜଣେ ସଫଳ ମହିଳା ମହିଳା ଦେବଶ୍ରୀ ଟ୍ରେଡର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି ଗତ ୧୨ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରୁ ରାଜ୍ୟସ୍ତରୀୟ ପୁରସ୍କାର ‘ଓଏଏସ୍‌ଏମ୍‌ଇ ଆୱାର୍ଡ-୨୦୨୩’ ଗ୍ରହଣ କରିଥିବା ବେଳେ ଆଜି ସଂଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ତାଙ୍କ କାର୍ୟ୍ୟାଳୟରେ ପ୍ରଶଂସା ପତ୍ର ପ୍ରଦାନ କରି ଶ୍ରୀମତୀ ଗିରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ଗିରିଙ୍କ ସଫଳତା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଗୌରବାନ୍ୱିତ ହୋଇଥିବା ବେଳେ ସେ ନାରୀ ସମାଜ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.

9 + 7 =