ସହର ଭିତରେ ବୁଲି କୋଭିଡ କଟକଣା ସ୍ଥିତି ଅନୁଧ୍ୟାନ କଲେ ଆରକ୍ଷୀ ଅଧିକ୍ଷକ

csstore

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସହର ଭିତରେ ବୁଲି କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିଶ କୁଶଲକର। ଦେଶରେ କୋଭିଡ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗି ଥିବା ବେଳେ ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ କୋଭିଡ କଟକଣାକୁ ବଳବତ୍ତର ରଖିବା ପାଇଁ ଅଣ୍ଟା ଭିଡିଛି। ତେବେ ଆଜି ନିଜେ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ କୋଭିଡ ଗାଇଡ୍ ଲାଇନ୍ ଅନୁପାଳନକୁ କଡାକଡି କରିବା ପାଇଁ ସହରର ରିଲାଏନ୍ସ ଏବଂ ବିଶାଲ ମଲରେ ପହଂଚି ସ୍ଥିତି ପରଖି ତାଗିଦ୍ କରିଛନ୍ତି। ଏପରିକି ରାସ୍ତା ଉପରେ ଆରକ୍ଷୀ ଅଧିକ୍ଷକ ଛିଡ଼ା ହୋଇ ମାସ୍କ ଚେକିଂ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.