oom

ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀକ୍ଷେତ୍ରରୁ ନିମନ୍ତ୍ରଣ ପହଞ୍ଚିଲା ପାତାଳୀ ଶ୍ରୀକ୍ଷେତ୍ର

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜଗତର ନାଥ ଜଗନ୍ନାଥଙ୍କ ବଡ଼ ଦେଉଳର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତ୍ରଣ ନେଇ ପୁରୀରୁ ସ୍ଵତନ୍ତ୍ର ପ୍ରତିନିଧି ନୋଡାଲ ଅଧିକାରୀ ବିକାଶ ମହାନ୍ତିଙ୍କ ତତ୍ୱାବଧାନରେ ଜଗନ୍ନାଥ ସେବକ ମନୋଜ ମହାନ୍ତି, ରାଜକିଶୋର ପଣ୍ଡା ଓ ରାଜେଶ ଖୁଣ୍ଟିଆ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାରେ ସନ୍ଧ୍ୟାରେ ପହଁଞ୍ଚି ସହରସ୍ଥିତ ପୁରୁଣା ବଡ଼ ଜଗନ୍ନାଥ ମନ୍ଦିରରେ ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଡ ଜଗନ୍ନାଥ ମନ୍ଦିର ପୂଜକଙ୍କୁ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ଅର୍ପଣ କରିଥିଲେ । ଆଜି ସକାଳେ ଏହି ପ୍ରତିନିଧି ଦଳ ସୋନପୁର ପାତାଳୀ ଶ୍ରୀକ୍ଷେତ୍ରକୁ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ପରିକ୍ରମା ଲୋକାର୍ପଣ ନିମନ୍ତ୍ରଣ ପୂଜକ ସହିତ ଉପସ୍ଥିତ ଟ୍ରଷ୍ଟ ସଦସ୍ୟ ପ୍ରମୁଖଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏହି ଧାର୍ମିକ ମହାସମାରୋହରେ ଯୋଗଦେବା ପାଇଁ ଦେଶର ତଥା ରାଜ୍ୟର ପ୍ରମୁଖ ଦେବାଦେବୀ ଏବଂ ବ୍ୟକ୍ତି ବିଶେଷଙ୍କୁ ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ସ୍ଵତନ୍ତ୍ର ନିମନ୍ତ୍ରଣ ଦେଇ ପ୍ରତିନିଧିମାନଙ୍କୁ ପ୍ରେରଣ କରାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଂ, ତହସିଲଦାର ଉଲୁଣ୍ଡା ଦିଲ୍ଲୀପ କୁମାର ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସେବାୟତ ଗୁଣାକର ପଣ୍ଡା, ଉତ୍ତର କୁମାର ପାତ୍ର, ନଳିନୀ ବାଘ, ଜଗଦୀଶ କର୍ଣ୍ଣ, ଜାନକୀରାମ ଦେହେରୀ, ମହାଦେବ ସାହୁ, ସ୍ଥାନୀୟ ବରିଷ୍ଠ ନାଗରିକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଘର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.