mahavir

କୁଶକେଲା ପଞ୍ଚାୟତ ଓ ପାଖାପାଖି ଅଞ୍ଚଳରୁ ପୁଣି ନଳକୂପ ହେଣ୍ଡପମ୍ପ ଚୋରି ଅଭିଯୋଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ଋଣ୍ଡିମହୁଲ ସ୍କୁଲ ଠାରୁ ହେଣ୍ଡପମ୍ପ ଚୋରି ହୋଇଛି । କିଛି ଦିନ ତଳେ ଏହି ପଞ୍ଚାୟତ ଅନ୍ତର୍ଗତ ଗୋଟିଏ ସ୍କୁଲ ଭିତରୁ ନଳକୂପ ଚୋରି ହୋଇଥିଲା, ତେବେ ବିଭାଗୀୟ ଅଧିକାରୀ ଅତି ଶୀଘ୍ର ପୁଣି ଏକ ନୂତନ ନଳକୂପ ଲଗାଇ ଦେଇଥିଲେ । ଘଟଣାର ୧୫ ଦିନ ପରେ ପୁଣି ଏହି ଗ୍ରାମର ନଳକୂପର ହେଣ୍ଡପମ୍ପ ଚୋରି ହୋଇଯାଇଛି । ଦିନକୁ ଦିନ ଏଭଳି ବହୁତ ଚୋରି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସେହିପରି ସିଲୁଆଁ ପଂଚାୟତ ବୁରାବନ୍ଦ, ବୋରଭଟା ପଞ୍ଚାୟତ ମହାଲିଙ୍ଗ ପଡାରୁ ମଧ୍ୟ ହେଣ୍ଡପମ୍ପ ଚୋରି ହେଇଛି ଓ କୁଶକେଲା ହାଇସ୍କୁଲ ଠାରୁ ମଧ୍ୟ ଷ୍ଟ୍ରିଟ ଲାଇଟ, ଦିଗସିରା ଖେଳ ପଡିଆରେ ଥିବା ନଳକୂପ ହ୍ୟାଣ୍ଡପମ୍ପ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ପ୍ରଶାସନକୁ ଅନୁରୋଧ କରିବା ସହ ଏହି ଚୋର ଗ୍ୟାଙ୍ଗକୁ ଧରିବାକୁ ସାଧାରଣରେ ଦାବି ହେଇଛି ।

Leave A Reply

Your email address will not be published.