କଳିଙ୍ଗ ଇସ୍ପାତ ଶ୍ରମିକ ସଂଘ ସଭାପତିଙ୍କ ବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : କଳିଙ୍ଗ ଇସ୍ପାତ ଶ୍ରମିକ ସଂଘର ସଭାପତି ଅନିଲ ମିଶ୍ରଙ୍କ ଆଇଜିଏଚ୍‌ଠାରେ ବିୟୋଗ ଘଟିଛି । ତାଙ୍କର ଶେଷକୃତ୍ୟ ବେଦବ୍ୟାସ ଠାରେ କରାଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ଜେନାଙ୍କ ସଭାପତିତ୍ବରେ ଶୋକସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋକସଭାରେ କର୍ମକର୍ତ୍ତା କେ.ସି.ବାରିକ, ବରୁଣ ସେଠୀ, ରଂଜନ ମଲ୍ଲିକ, ଏଡିଓଏସ୍‌, ତାପସ ଦାସ, ଅବଦୁଲ ତାହିର ପ୍ରମୁଖ ଯୋଗଦେଇ ନୀରବ ପ୍ରାର୍ଥନା କରିବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.

8 + twelve =