ମ.ରାମପୁରକୁ ରାଜସ୍ୱ ମାନ୍ୟତା ପ୍ରସଙ୍ଗ : ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲା ମିଳିତ କ୍ରିୟାନୁଷ୍ଠାନ କମିଟି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗରେ ଗତ ୬ ତାରିଖରେ ମ.ରାମପୁରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ଡ଼ାକରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହେବା ପରେ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ତତ୍ୱାବଧାନରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଦାବୀପତ୍ର ଗ୍ରହଣ ଅବସରରେ ମୁଁ ଏ ଦିଗରେ ପଦକ୍ଷେପ ନେବି ବୋଲି କହିଥିଲେ । ଶ୍ରୀ ମାରାଣ୍ଡିଙ୍କ ସମେତ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାଜସ୍ୱ ସଚିବଙ୍କୁ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଶ୍ୱମ୍ବର ମହାନ୍ତି, ସପନ କୁମାର ପଟ୍ଟନାୟକ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ ଉପସ୍ଥିତ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ଦୀର୍ଘ ପ୍ରାୟ ତିରିଶ ବର୍ଷ ହେଲା ବିଭିନ୍ନ ସମୟରେ ଓକିଲ ସଂଘ ଦାବୀ, ଗଣଧାରଣା, ବନ୍ଦ ପାଳନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ଦାବୀ ହାସଲ ଯାଏଁ ସଂଗ୍ରାମ ଜାରୀ ରଖିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସିଂହଦେଓ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ten − 10 =