ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ପ୍ରତି ପାଟଣାଗଡ଼ ବିଜେପି ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଯୋଗଦେଇ ସ୍ୱର୍ଗତ ବିପିନ ରାୱତଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ପାଟଣାଗଡ଼ ନଗର ଓ ବ୍ଲକ ବିଜେପିର ବହୁ କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ନଗର ସଭାପତି ମୁନା ମହାନ୍ତି, ପୂର୍ବତନ ରାଜ୍ୟ ଉପସଭାପତି ଓମପ୍ରକାଶ ଯୋଷୀ, ନାରୀ ନେତ୍ରୀ ଶୈଳବାଲା ବାଗ, ପାଟଣାଗଡ଼ ମହିଳା ସଭାପତି କାଦମ୍ବିନି ମିଶ୍ର, ଦେବକୀ ତାଣ୍ଡି ଓ ସବିତା ସରାଫଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

12 − 6 =