ଜଗଦା ୱେଲଫେୟାର ଆସୋସିଏସନ୍ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ୱେଲଫେୟାର ଆସୋସିଏସନ୍ ତରଫରୁ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ଓ ଅନ୍ୟ ୧୩ଜଣ ସହିଦଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ଅଧ୍ୟକ୍ଷ ଅଶୋକ କକ୍କଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସଭ୍ୟ ଦିବଙ୍ଗତ ସହିଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ କକ୍କଡ ଓ ମୁଖ୍ୟ ଉପଦେଷ୍ଟା ଡାକ୍ତର ଏମ୍.ଏସ୍ .ସାହୁ ବକ୍ତବ୍ୟ ରଖି କହିଲେ ଯେ, ସେନାଧିକାରୀ ସ୍ବର୍ଗତ ରାୱତ ଦେଶର ଗର୍ବ ଓ ଗୌରବ ଥିଲେ । ତାଙ୍କ ଜୀବନ ଓ ସେବା ଦେଶ ପାଇଁ ସମର୍ପିତ ଥିଲା । ତାଙ୍କ ସହ ଅନ୍ୟାନ୍ୟ ସହିଦ ମଧ୍ୟ ଦେଶ ପ୍ରତି ସମର୍ପିତ ଥିଲେ । ସେମାନଙ୍କ ବିୟୋଗ ଦେଶ ପାଇଁ ଅପୂରଣୀୟ କ୍ଷତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆର.ସି.ପତି, ସନ୍ତୋଷ ସାହୁ, ପ୍ରମୋଦ ମହାନ୍ତି, ଦେବାଶିଷ ପଣ୍ଡା, ଏ.କେ.ପତି, ଏନ୍.କେ.ସରକାର, ଅଞ୍ଜୁ କକ୍କଡ, ଶ୍ରୀମତୀ ମାଇତି, ଶ୍ରୀମତୀ ସରକାର ଓ ଅନ୍ୟମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.

three × two =