csstore

ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଞ୍ଚ ଆନୁକୂଲ୍ୟରେ ଶ୍ରମିକ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମାଞ୍ଚଳ ମିଳିତ ଶ୍ରମିକ କର୍ମଚାରୀ ମଞ୍ଚ ର ଆନୁକୂଲ୍ୟରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘ କାର୍ଯ୍ୟାଳୟରେ ମଇ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମଂଚର ସଭାପତି ମନୋରଂଜନ ସାହୁ ପତାକା ଉତ୍ତୋଳନ କରି ଦିବସକୁ ଉଦ୍‌ଘାଟନ କରିଥିଲେ ଓ ପରେ ସଭାକୁ ସଭାପତିତ୍ୱ କରିଥିଲେ । ସାଧାରଣ ସଂପାଦକ ବିଭୁତି ଶଙ୍କର ବିନ୍ଧାଣି ସଂଗଠନକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇ ସଭାକୁ ପରିଚାଳନା କରିଥିଲେ । ସଭାରେ ମଂଚର ଉପସଭାପତି ରବି ଶଙ୍କର ମିଶ୍ର ୱାର୍କସ୍‌ ଏଣ୍ଡ ୱାର୍କସ୍‌ ୟୁନିୟନରୁ ବିରେନ୍ଦ୍ର ବନଛୋର, ପାଇପ ଜଳ ଯୋଗାଣ କର୍ମଚାରୀ ସଂଘର ରାଜ୍ୟ ସଭାପତି ଶିମାଞ୍ଚଳ ପଣ୍ଡା, କୋସଲବାଦୀ ନେତା ରଣରାଜ ସିଂଦେଓ, ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ଜ୍ୟୋତି ରଂଜନ ମହାନ୍ତି, ସର୍ଜନ ବାରିକ, ବ୍ରଜନନ୍ଦ ବାଗ ପ୍ରମୁଖ ଶ୍ରମିକ ଦିବସ ଓ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ସଂଗଠନର ଏକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାପତି ଶ୍ରୀ ସାହୁ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଶ୍ରମିକ ଦିବସର ଇତିହାସକୁ ମନେ ପକାଇ ଆଜିର ଦିବସର ତାତ୍ପର୍ଯ୍ୟ ଓ ପ୍ରସଙ୍ଗିକତା ଉପରେ ବର୍ଣ୍ଣନା କରିଥିଲେ । ଶେଷରେ ପି.ଦାମୋଦର ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.