csstore

କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ କୋଶଲୀ ଲେଖକ, ଗବେଷକ ଓ ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । କୋଶଲୀ ସାହିତ୍ୟ, ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ ଓ କୋଶଲୀ ଭାଷାର ପ୍ରଚାର ପାଇଁ ଏବଂ ନିଜେ ପ୍ରତିଷ୍ଠା କରିଥିବା ସଂଗ୍ରହାଳୟ ସେ କୋଶଲାଂଚଳରେ ଅମର ହୋଇ ରହିବେ ତଥା ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ସଂଗ୍ରହାଳୟର ସ୍ଥାୟୀ ବ୍ୟବସ୍ଥା ଓ ତାଙ୍କର ଲିଖିତ ଅପ୍ରକାଶିତ କୋଶଲୀ ପାଣ୍ଡୁଲିପିକୁ ପ୍ରକାଶନ କରି ପାରିଲେ ତାଙ୍କ ପ୍ରତି ଉଚିତ୍‌ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚାନ୍ଦ ମହାନ୍ତି, ଡ. ଭବାନୀ ଶଙ୍କର ପଟେଲ, ଶିଶୁ ସାହିତ୍ୟିକ ହୃଷିକେଶ ପୁରୋହିତ, ଶିକ୍ଷାବିତ୍‌ କପିଳ ପତି, ଡା. ଅଶୋକ କୁମାର ସେଠୀ, ଲେଖିକା ତପସ୍ୱିନୀ ପସାୟତ, ଶୁଭେନ୍ଦ୍ର ନେପାକ, ସଂଗଠକ ମଧୁ ସାହୁ, ଧର୍ମବ୍ରତ ରଥ, ସଂପାଦକ ସୁନାଧର ବନଛୋର, ପ୍ରଦୀପ ପଶାୟତ, ମାଳତି ଉଦ୍‌ଗାତା, ସିତାଂଶୁ ଶେଖର ନାୟକ, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ ଓ ମଦନ ମୋହନ ରଥ ଶ୍ରଞ୍ଜାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.