csstore

ପୂଜ୍ୟପୂଜା ସେବା ସଂଗଠନରେ ଶ୍ରଦ୍ଧାଞ୍ଜଳୀ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରପରୁ ବିଶିଷ୍ଟ ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଐହିହାସିକ ପୂର୍ଣ୍ଣଚନ୍ଦ୍ର ରଥ ନ୍ୟାସର ପ୍ରତିଷ୍ଠାତା ତଥା ସମାଜିକ କର୍ମୀ ତଥା ଖେଳାଳି ବାଞ୍ଛାନିଧି ରଥ ଓ ବିଶିଷ୍ଟ ଲେଖକ ଭ୍ରମର ବର ସେଠୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଉଭୟଙ୍କର ଆଦର୍ଶ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରାଯାଇ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ଡ. ପ୍ରେମଚାନ୍ଦ ମହାନ୍ତି, ଶୁଭେନ୍ଦ୍ର ନେପାକ, ମଦନ ମୋହନ ରଥ, କେଶବ ଚନ୍ଦ୍ର ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କପିଳ ପତି, କେଶବ ଚନ୍ଦ୍ର ମିଶ୍ର, ସୁନାଧର ବନଛୋର, ମାଳତି ଉଦ୍‌ଗାତା, ନିହାରିକା ମିଶ୍ର, ଦୁର୍ଗା ଚରଣ ସାହୁ, ସିତାଂଶୁ ଶେଖର ନାୟକ, ପ୍ରଦୀପ ପଶାୟତ, ଚୁଡେନ୍ଦ୍ର ବେହେରା, ଅରୁଣ ଖୁଆସ ଓ ମଧୁ ସାହୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଭା ଆରମ୍ଭରେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ସହିତ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପ ଦୀପ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.