jayashree

କଳାପାଣି ସେଲୁଲାର ଜେଲ ଭିତରେ ମୁଣ୍ଡିଆ ମାରି ଜେଲରେ ଫାଶୀ ପାଇ ସହିଦ ହୋଇଥିବା ଓ ବ୍ରିଟିଶ ଶାସକ ଦ୍ଵାରା ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁବରଣ କରି ସହିଦ ହୋଇଥିବା ସମସ୍ତ କ୍ରାନ୍ତିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରମ, ଦକ୍ଷତା ବିକାଶ, ଟେକ୍ସଟାଇଲ ବିଭାଗର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟୀ ଏକ ୨ଦିନିଆ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ଗସ୍ତ କାର୍ଯ୍ୟକ୍ରମ କମିଟୀ ଅଧ୍ୟକ୍ଷ ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଆର୍ ବୋମାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗସ୍ତ କାର୍ଯ୍ୟକ୍ରମରେ ଦେଶର ଅନ୍ୟ ସାଂସଦମାନଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସାମିଲ ହୋଇଥିଲେ । ଭାରତ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତି ଦେବାର ସ୍ୱପ୍ନ ଦେଖି ମା’ ମାଟି ପାଇଁ ସଂଘର୍ଷ କରୁଥିବା, ସଂଗ୍ରାମ କରୁଥିବା ବିପ୍ଲବୀ କ୍ରାନ୍ତିକାରୀମାନଙ୍କୁ ସବୁଦିନ ପାଇଁ ଦମନ କରିଦେବା ଲକ୍ଷ୍ୟରେ କଳାପାଣି ସଜା ଦିଆଯାଉଥିଲା । ସେଥିପାଇଁ ଇଂରେଜମାନେ ଏହି ଦ୍ଵୀପପୁଞ୍ଜ ଏକ ସେଲୁଲାର ଜେଲ ନିର୍ମାଣ କରିଥିଲେ । ଏହା ଏବେ ଆମ ଦେଶର ରାଷ୍ଟ୍ରିୟ ସ୍ମାରକୀ । କମିଟୀର ସଦସ୍ୟମାନେ ୨୫ ତାରିଖ ସନ୍ଧ୍ୟାରେ ଏହି ଜେଲ ପରିଦର୍ଶନରେ ଯାଇଥିଲେ । ଏକଦା ଦେଶ ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ଭାରତ ବର୍ଷକୁ ପରାଧିନତାରୁ ମୁକ୍ତି ଦେବା ସ୍ୱପ୍ନ ନେଇ ବ୍ରିଟିଶ ବିରୋଧରେ ଲଢିଥିବା ସେ ସମସ୍ତ କ୍ରାନ୍ତିକାରୀ ବିପ୍ଳବୀ ଯେଉଁମାନଙ୍କୁ ଏହି ଜେଲକୁ ଆଣି ଫାଶୀ ଦିଆଯାଇଥିଲା ଏବଂ ବ୍ରିଟିଶ ପୋଲିସର ନିର୍ଯ୍ୟାତନାର ଶିକାର ହୋଇ ଏହି ଜେଲ ଭିତରେ ମୃତ୍ୟୁବରଣ କରିଥିଲେ । ସମସ୍ତ ଭାରତର ସୁପୁତ୍ର ସହିଦମାନଙ୍କୁ ଜେଲ ଭିତରେ ମୁଣ୍ଡିଆ ମାରି ସାଂସଦ ପ୍ରଦୀପ ପୁରୋହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.