csstore

ସ୍ୱର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱର୍ଗୀୟ ଡ.ଅଟଳ ବିହାରୀ ପଣ୍ଡାଙ୍କ ଦ୍ୱାଦଶାହ ଅବସରରେ ବରନି ସାହିତ୍ୟ ସଂସଦ ବଡମାଳ ଆନୁକୂଲ୍ୟରେ ଆଭାସି ଜରିଆରେ ଶ୍ରୀ ପଣ୍ଡାଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ରାଜମଣି ସାହୁଙ୍କର ସଂଯୋଜନାରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପଣ୍ଡାଙ୍କର ମଧ୍ୟମ ପୁତ୍ର ନାଟ୍ୟକାର ଅଶ୍ୱିନୀ କୁମାର ପଣ୍ଡା ଯୋଗଦାନ ପୂର୍ବକ ପିତାଙ୍କର ଅମ୍ଳାନ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପ୍ରଫେସର କେଶ ରଞ୍ଜନ ପ୍ରଧାନ, ପଦ୍ମପୁର ଡ଼. ଗୋବର୍ଦ୍ଧନ ସାହୁ, ଟିଟିଲାଗଡ଼, କୋସଲି ଭାଷା ସାହିତ୍ୟ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ବଲାଙ୍ଗିର, ବୈଜ୍ଞାନିକ ପଦ୍ମନାଭ ପଧାନ, ହାଇଦ୍ରାବାଦ, ଅଧ୍ୟାପକ ଦିଲ୍ଲୀପ ପଶାୟତ, ଟିଟିଲାଗଡ଼, ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ, କଣ୍ଟାବାଞ୍ଜି, ସମାଜସେବୀ ଗୌତମ ଖେତି, ସଇଁତଳା, କବି ପ୍ରମୋଦ ବୈଠାରୁ ଯୋଗଦାନ କରି ଶ୍ରୀ ପଣ୍ଡାଙ୍କର କୃତି ଓ ଜୀବନୀ ଉପରେ ଆଲୋଚନା କରିଥିଲେ । ଶ୍ରୀ ପଣ୍ଡାଙ୍କର ସମସ୍ତ ଲେଖାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରକାଶ କରିବାକୁ ସର୍ବସମ୍ମତିରେ ମତ ପ୍ରକାଶ କରିଥିଲେ । ଏହି ସଭାରେ ନିରଞ୍ଜନ ରଣା, ସବିତା ଭୋଇ, ବୃନ୍ଦାବନ କୁମ୍ଭାର, ସନ୍ତୋଷ ପୁରୋହିତ, ଶରତ କୁମାର ପାତ୍ର, ସରୋଜ ପଧାନ, ସ୍ୱରୂପ ମହାକୁଡ଼, ନିରଞ୍ଜନ ଖମାରୀ, ଜଗମୋହନ ଦର୍ଜୀ ଆଦି ଅଟଳପ୍ରେମୀ ଯୋଗଦାନ କରିଥିଲେ । ସଂସଦର ସଂପାଦକ ରାଜୀବ ଲୋଚନ ଭୋଇ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଶେଷରେ ସହସଂପାଦକ ଶତୃଘ୍ନ ସେଲମା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.