ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କୁ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କାର୍ଯ୍ୟରତ ଓଡ଼ିଆ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଦ୍ୱାଦଶାହ ଅବସରରେ ଆଜି ତାଙ୍କର ବାସଭବନ ବାଦିକଟା ଗ୍ରାମ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଦିବଙ୍ଗତ ଅଧ୍ୟାପକ ଡ. ଦୁଃଖୀଶ୍ୟାମ ସାହୁଙ୍କ ଦ୍ୱାଦଶାହ ଅବସରରେ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ପୌରାହିତ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀଗଣ ଯୋଗଦାନ ପୂର୍ବକ ସ୍ୱର୍ଗତ ଡ. ସାହୁଙ୍କ ସ୍ମୃତିଚାରଣ କରି ତାଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଅଶ୍ରୁଳ ନୟନରେ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସ୍ୱର୍ଗତ ଡ. ସାହୁଙ୍କ ନିଃସ୍ୱାର୍ଥପର ଅମାୟିକ ବ୍ୟକ୍ତିତ୍ୱ, କର୍ତ୍ତବ୍ୟ ପରାୟଣତା, ଛାତ୍ରବତ୍ସଳତା ଆଦି ଗୁଣାବଳୀ ବିଷୟକ ସ୍ମୃତିଚାରଣ କରି ତାଙ୍କ ଅକାଳ ବିୟୋଗ ମହାବିଦ୍ୟାଳୟ ନିମିତ୍ତ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ, ଅଧ୍ୟାପକ ମନୋଜ ପ୍ରଧାନ, ଅଧ୍ୟାପକ ଡ. ତୁଷାରକାନ୍ତ ସାହୁ, ଅଧ୍ୟାପିକା ତାପିନି ପଂଡା, ଅଧ୍ୟାପିକା ପୂର୍ଣ୍ଣିମା ଦୋରା, ଡ. ବିରଞ୍ଚି ସାହୁ ପ୍ରମୁଖ ତଥା ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ସ୍ୱର୍ଗତ ଡ. ସାହୁଙ୍କ ସ୍ମୃତିଚାରଣ କରିଥିଲେ । ପରିଶେଷରେ ଅଧ୍ୟାପକ ଡ. ସରୋଜ କୁମାର ନାଏକ ସ୍ୱର୍ଗତ ଡ. ଦୁଃଖୀଶ୍ୟାମ ସାହୁଙ୍କ ପରିବାର ଉଦ୍ଦେଶ୍ୟରେ ପ୍ରେରିତ ଏକ ଶୋକବାର୍ତ୍ତା ପଠନ କରିଥିଲେ । ଶୋକଶଭା ପରିସମାପ୍ତି ଉପରାଂତେ ସମସ୍ତେ ଦ୍ୱାଦଶାହରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଡ. ସାହୁଙ୍କ ପୈତୃକ ଗ୍ରାମ ବାଦିକଟା ପ୍ରସ୍ଥାନ କରିଥିଲେ । ଏହି ଅବସରରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯାଇ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.

eighteen + seven =