ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ପ୍ରଷତିଶ ରଞ୍ଜନ ମିଶ୍ରଙ୍କ ଗୁରୁବାର ଦିନ ଅକାଳ ବିୟୋଗ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିଲେ । ସେ ଜଣେ ଛାତ୍ର ବତ୍ସଳ, ମେଳାପୀ ଅଧ୍ୟାପକ ଭାବେ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Prev Post
Next Post