csstore

କୋଶଲୀ କବି ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା

ବଙ୍ଗୋମୁଣ୍ଡା, (ମନୀଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ସାହିତ୍ୟ କଳା ପରିଷଦ ପକ୍ଷରୁ କୋଶଲୀ କବି ତଥା ଭାଷା ରକ୍ଷକ ଚତୁର୍ଭୂଜ ସାଆନ୍ତଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ମେଳାପି, କୋଶଲୀ ଭାଷାର ରକ୍ଷକ, ଅନେକ କବିତା ଭଳି ଅନେକ ପୁସ୍ତକ ରଚନା କରିଛନ୍ତି । ପୁସ୍ତକମେଲା, ସଭା ସମିତି, ଅନେକ ଅନୁଷ୍ଠାନର ମୁଖିଆ ଭାବରେ ପରିଚିତ ଥିଲେ । ସାହିତ୍ୟ କଳା ପରିଷଦର ସଭାପତି ଡଃ ନାରାୟଣ ମିଶ୍ର, ଉପସଭାପତି ସୁରେଶ ଭୋଇ, ଉପଦେଷ୍ଟା ଅଜିତ କୁମାର ଯୋଶୀ, ତେଜୁରାମ ବାଗ, ଚମ୍ପେଶ୍ୱର ନାଗ, କେଶବ ଭୋଇ, ସୁକାନ୍ତ ମନ୍ତ୍ରୀ, ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ଲବ ମହାକୁର, ଦୈତାରୀ ଯୁଗ୍ନିଆ, କୋଶଲୀ କବି ଭକ୍ତବନ୍ଧୁ ସାହୁ, ସାଂସ୍କୃତିକ ସମ୍ପାଦକ ରେଣୁ ରଞ୍ଜନ ବାଗଙ୍କ ସହ ଅନେକ ସଦସ୍ୟ ମାନେ ସାମିଲ ହୋଇ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.