ଉଦୟନାଥ ଦର୍ଜୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ପଶ୍ଚିମ ଓଡିଶାର ଜଣାଶୁଣା ଗୀତିକାର ଉଦୟନାଥ ଦର୍ଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଏ ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ଆୟୋଜିି ସଭାରେ ହୃଷିକେଶ ପୁରୋହିତ, ଡ. ପ୍ରେମଚାନ୍ଦ ମହାନ୍ତ, ଜୟରାମ ମିଶ୍ର, କସ୍ତୁରୀ ରଥ, କେଶବ ଚନ୍ଦ୍ର ମିଶ୍ର ଓ ମଦନ ମୋହନ ରଥ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଉଦୟନାଥ ଦର୍ଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ସିତାଂଶୁ ଶେଖର ମିଶ୍ର, ସୁନାଧର ବନଛୋର, କପିଳ ପତି, ଚୁଡେନ୍ଦ୍ର କୁମାର ବେହେରା, ଦୁର୍ଗା ଚରଣ ସାହୁ, ମାନସ ବାଗ, ଧିରେନ୍ଦ୍ର ନାରାୟଣ ସିଂହଦେଓ ଓ ପ୍ରଦୀପ ପସାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 1 =