ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ବଲାଙ୍ଗିର ସର୍କଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସମ୍ବାଦିକ ଭବନଠାରେ ଆୟୋଜିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ଓଡିଶା ସରକାରଙ୍କଠାରୁ ବହୁ ଦିନ ଧରି ତାର ନ୍ୟାର୍ଯ୍ୟଦାବି ଉପସ୍ଥାପନ କରି ଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛି । ସଭା ସମିତି ତଥା ବିକ୍ଷୋଭ ମାଧ୍ୟମରେ ସ୍ୱର ଉତ୍ତୋଳନ କରିଛି । ଗତ ତା.୦୨.୧୧.୨୦୨୩ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘର ସଭାପତି ପ୍ରଭାତ ମହାନ୍ତି ଏବଂ ଚିରାକ ସିଂଦେଓଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ଏକ ବିରାଟ ରେଲି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଥିଲା । ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ, ବବି ଦାସଙ୍କ ପ୍ରତିଷ୍ଠାରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଆମର ଦାବି ଗୁଡିକୁ ସହୃଦୟତାର ସହିତ ଗ୍ରହଣ କରି ୧୧.୦୨.୨୦୨୪ ଦିନ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଲେ । ସମସ୍ତ ସିଜିନାଲ କର୍ମଚାରୀମାନଙ୍କୁ ଏକ ମାସ କାର୍ଯ୍ୟକାଳ ବୃଦ୍ଧି ସହିତ ୩ରୁ ୪ ହଜାର ଟଙ୍କା ଦରମା ବୃଦ୍ଧି କଲେ । ତୋଳାଳିମାନଙ୍କ ବୟସ ସୀମା ୬୦ରୁ ୬୨ ବର୍ଷ କରୁଛନ୍ତି । ଏହି ଦାବି ଗୁଡିକ ପୁରଣ କରିଥିବାରୁ ଆପଣଙ୍କ ମାଧ୍ୟମରେ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ ଜଣାଉଛୁ । ଏହା ସହ ଆମ ସୁଖ ଦୁଃଖର ସାଥୀ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏବଂ ସାଂଗଠନିକ ସଂପାଦକ ବବି ଦାସ ଏବଂ ସଂଘର ସଭାପତି ପ୍ରଭାତ ମହାନ୍ତି ଏବଂ ଚିରାକ ସିଂଦେଓଙ୍କୁ ଆନ୍ତରିକତାର ସହିତ ପଶ୍ଚିମ ଓଡିଶାର ୮ ଲକ୍ଷ ତୋଳାଳି ଏବଂ ୧୮ ହଜାର କର୍ମଚାରୀଙ୍କ ତରଫରୁ ସଭାପତି ରବିନ୍ଦ୍ର ଦ୍ୱାରା, କୃଷ୍ଣଚନ୍ଦ୍ର ରାଜପୁତ, ନାରାୟଣ ଉଦୁରକୁଲିଆ, ସୁଦିତ ମନହୀରା, ଛବିଳ ସିଂଚିନ୍ଦା, ଅରୁପା ପଧାନ, ବିପିନ ବିହାରୀ ନାଏକ, ଜଗବନ୍ଧୁ ପଧାନ, ନାରାୟଣ ସାହୁ, ଶ୍ରଦ୍ଧାକର ସା, ମନୋଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

ten + one =