csstore

ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକସଭା ପାଳନ କରାଯାଇଛି । ସଭା ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ବକ୍ତାମାନେ ସ୍ମୃତି ଚାରଣ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଶ୍ରୀ ମିଶ୍ର ଆଗଲପୁର ବ୍ଲକ ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି, ଖଦି ନିଗମ ବୋର୍ଡର ଅଧ୍ୟକ୍ଷ, ଏଆଇସିସି ସଭ୍ୟ, ପିସିସି ସଭ୍ୟ ସମେତ ରାଜ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ଅଳଙ୍କୃତ ହୋଇଥିଲେ । ତାଙ୍କ ବିୟୋଗରେ ଦଳକୁ ବହୁତ କ୍ଷତି ହେଲା ବୋଲି ମତବକ୍ତ କରିଥିଲେ । ଉପସଭାପତି ମନୀଷ ମିଶ୍ର, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ଉମାକାନ୍ତ ସାହୁ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଟଙ୍କଧର ଗଡତ୍ୟା, ଅଜୟ ବାଲି, ଗୟାଧର ସୁନା, ସଂଜୟ ମିଶ୍ର, କୈଳାସ ମିଶ୍ର, ପବିତ୍ର ବେହେରା, ମିଟୁ ସାହୁ, ଅବଦୁଲ ରଜାକ୍‌, ଜୁଲୁ ପଟ୍ଟନାୟକ, ଛାତ୍ରନେତା ଲୋପନ ମିଶ୍ର, ଅମୁଲ୍ୟ ସେଠ, ଯୁବନେତା ହରି ନନ୍ଦଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.