csstore

ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସ୍ ମାଲିକ ସନ୍ତୋଷ ପୁରୋହିତଙ୍କ ବିୟୋଗରେ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଗଭୀର ଶୋକ ପ୍ରକାଶ କରିଛି । ସଂଘର ସଭାପତି ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୂଆ ବସ୍‌ ଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାିଛି । ଏହି ଶୋକସଭାରେ ତାଙ୍କ ସ୍କୃତିଚାରଣ କରାଯାଇ ସଂଘର ସଭ୍ୟମାନେ ଶୋକ ବ୍ୟକ୍ତ କରିଥିଲେ । ଏହି ଶୋକ ସଭାରେ ସଂଘ ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସଭ୍ୟ ମାନସ ରଞ୍ଜନ ନାୟକ, ଡମ୍ବରୁଧର ଆଚାର୍ଯ୍ୟ, ସଞ୍ଜିବ ପଣ୍ଡା, ପ୍ରାଣନାଥ ପ୍ରଧାନ, ଭବାନୀ ଶଙ୍କର ପଟେଲ, ହିମାଂଶୁ ନାୟକ, ମୁନା ଶତପଥୀ, ମୁନା ପଣ୍ଡା, ଜୟ ପ୍ରକାଶ ପତି, ଶିବ ନାରାୟଣ ଟାଲି, ଟିକୁ ନନ୍ଦ ଓ ସୁକୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.