jayashree

ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ଏଚ୍.ଏମ୍‌.ଏସ୍‌ ପକ୍ଷରୁ ବିଜୟ ମହାନ୍ତିଙ୍କ ଶୋକ ପ୍ରକାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ବିଶିଷ୍ଟ ଶ୍ରମିକ ନେତା ସି.ଆଇ.ଟି.ୟୁ.ସି.ର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ହିନ୍ଦ୍ ମଜଦୂର ସଭାର ରାଜ୍ୟ ଶାଖା ସଭାପତି ବିଜୟ କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ସ୍ୱର୍ଗୀୟ ବିଷ୍ଣୁ ମହାନ୍ତି ଛାତ୍ର ଜୀବନରୁ ବାମପନ୍ଥୀ ରାଜନୀତି ତଥା ବିଶେଷ ଭାବରେ ମାର୍କସବାଦ୍ ପ୍ରତି ଆକୃଷ୍ଟ ହୋଇ ମାର୍କସବାଦୀରେ ଯୋଗ ଦେଇ ରାଜ୍ୟରେ ଏହି ଦଳରେ ନେତୃତ୍ୱ ନେଇଥିଲେ । ଛାତ୍ର ଜୀବନରେ ଛାତ୍ର ନେତା ମଧ୍ୟ ଥିଲେ । ସବୁଠାରୁ ଉଲ୍ଲେଖ ଯୋଗ୍ୟ ବିଷୟ ଯେ, ସି.ଆଇ.ଟି.ୟୁ.ର ରାଜ୍ୟ ଶାଖାର ସାଧାରଣ ସମ୍ପାଦକ ଭାବରେ ପରେ ସର୍ବଭାରତୀୟ ସ୍ତରରେ ସି.ଆଇ.ଟି.ୟୁ.ର ଉପ ସଭାପତି ଭାବରେ ଶ୍ରମିକ ଶ୍ରେଣୀ ସଂଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରି ବହୁ ଶ୍ରମିକ ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ । ତାଙ୍କର ବିୟୋଗରେ ଶ୍ରମିକ ଆନ୍ଦୋଳନ କ୍ଷେତ୍ରରେ ଅପୂରଣୀୟ କ୍ଷତି ଅଟେ । ଶ୍ରୀ ମହାନ୍ତି ଏଚ୍.ଏମ୍‌.ଏସ୍‌ର ରାଜ୍ୟ ପରିଷଦ ପକ୍ଷରୁ ସ୍ୱର୍ଗୀୟ ବିଷ୍ଣୁ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.