jayashree

ପାଇକମାଲ ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାୟନ୍ସ ଡାକ୍ତର ଲମ୍ବୋଦର ପଣ୍ଡାଙ୍କ ସଭାପତିତ୍ୱରେ ଦାଦିଜୀ ହୋଟେଲ ପାଇକମାଲ ଠାରେ ଲାୟନ୍ସ କ୍ଲବର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୨୦୨୬- ୨୭ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଗଲା । ସର୍ବସମ୍ମତି କ୍ରମେ ଲାୟନ୍ସ ଆନନ୍ଦ ଅଗ୍ରୱାଲଙ୍କୁ ସଭାପତି, ଯୋଗେଶ୍ୱର ସାହୁ, ଅଶୋକ ଅଗ୍ରୱାଲ, କୀର୍ତ୍ତନ ସୋନିଙ୍କୁ ଉପସଭାପତି, ଲାୟନ୍ସ ନନ୍ଦଲାଲ ନାୟକ ସମ୍ପାଦକ, ଆଲୋକ ମିଶ୍ରଙ୍କୁ ସହ ସମ୍ପାଦକ, ଲାୟନ୍ସ ମୀନକେତନ ବେହେରାଙ୍କୁ କୋଷାଧକ୍ଷ ଓ ନୀଲେଶ ଅଗ୍ରୱାଲଙ୍କୁ ସହ କୋଷାଧକ୍ଷ ରୂପେ ଚୟନ କରାଗଲା । ଲାୟନ୍ସ ଶ୍ୟାମଲାଲ ପ୍ରଧାନଙ୍କୁ ଜୋନାଲ ଚେୟାର ପର୍ସନ ହେବା ପାଇଁ ପ୍ରସ୍ତାବ ଦିଆଗଲା । ଏହି ଅବସରରେ ଲାୟନ୍ସ ନୀଲେଶ ଅଗ୍ରୱାଲଙ୍କୁ ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ତଥା ସ୍ୱାସ୍ଥ୍ୟସାଥି ରୂପେ ମନୋନୀତ ହୋଇଥିବାରୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଗଲା । ଉକ୍ତ ସଭାରେ ଲାୟନ୍ସ ଜନାର୍ଦ୍ଦନ ପଣ୍ଡା, ଗୋବର୍ଦ୍ଧନ ଅଗ୍ରୱାଲ, ଡାକ୍ତର ରାଜୀବ ଲୋଚନ ପଟ୍ଟନାୟକ, ଅଶୋକ ତାୟଲ, ସୁନ୍ଦରମଣି ନାୟକ, କିଶୋର ବାରିକ, ମୁକେଶ ଅଗ୍ରୱାଲ, ଆଶୁତୋଷ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପରିଶେଷରେ ଲାୟନ୍ସ ରିତଜ୍ଞ୍ୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.