oom

ୱିନସନ ତ୍ରିପାଠୀଙ୍କ ବିୟୋଗରେ ଶୋକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦ ନଗର ନିବାସୀ ସାଧୁଚରଣ ତ୍ରିପାଠୀଙ୍କ ବଡପୁଅ ତଥା ଟିଆର୍‌ଡବ୍ଲୁର ବିଜ୍ଞାନ ଶିକ୍ଷକ ୱିନସନ ତ୍ରିପାଠୀ (୫୭) ଗତ ଶୁକ୍ରବାର ମଧ୍ୟରାତ୍ରରେ ନିଜ କୋରାପୁଟ ଗୁଣପୁର ପାଇକ ସାହି ବାସଭବନରେ ଦୀର୍ଘ ଅସୁସ୍ଥତା ପରେ ଆଖି ବୁଜିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ମାଧବୀ ମହାପାତ୍ର, ସାନଭାଇ ୱିଲସନ ପ୍ରମୁଖ ସପରିବାର ଉପସ୍ଥିତ ଥିଲେ । ବଲାଙ୍ଗିର ନବଜୀବନ ବିଦ୍ୟାପୀଠର ମେଧାବୀ ଛାତ୍ର ୱିନସନ ଜଣେ ଭଲ ଗଣିତ ଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଥିଲେ । ଜୀବନ ପ୍ରତି ଭିନ୍ନ ଦୃଷ୍ଟିଭଙ୍ଗୀର ମଣିଷ ୱିନସନ ରାଜେନ୍ଦ୍ର କଲେଜରେ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ଭାବେ ସିଧା ଛାତ୍ରସଂସଦ ସଭାପତି ଭାବେ ନିର୍ବାଚନ ଲଢିବା ଆରମ୍ଭ କରି ରସାୟନ ବିଜ୍ଞାନରେ ଉପାଧ୍ୟୁତ୍ତର ପଢିବା ଯାଏ ବାରମ୍ବାର ହାରିବା ସତ୍ତ୍ୱେ ପ୍ରତିବର୍ଷ ସଭାପତି ଭାବେ ଲଢି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର କଲେଜ ଛକ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ବାଗ ସ୍ୱର୍ଗତ ତ୍ରିପାଠୀଙ୍କ ଶିକ୍ଷକ ଯୋନାଥନ ଶ୍ରୀଚୌହାନ, ସହପାଠୀ ଅରବିନ୍ଦ ଦାସ, ସୁରଞ୍ଜନ ବାଗ, ଲୋକନାଥ ସୁରଦେଓ, ଶ୍ୟାମାପ୍ରସାଦ ଗରିଆ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ ଭଞ୍ଜକିଶୋର ନାଗ, ଶୋଭନ ଦାସ, ଅଜିତ ପାଲ, ଯଶସ୍ୱିନୀ ଶ୍ରୀଚୌହାନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.