ଖପ୍ରାଖୋଲଠାରେ ବ୍ଲକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ, ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଓ ଲୋକସେବା ଦିବସ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଥିବା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଜିପିଓ ପରମେଶ୍ୱର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ମଉଡମଣି ଥିଲେ । ସେ ଓଡ଼ିଆ ଜାତି ପାଇଁ ସମର୍ପିତ, ଶାସନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଯେଉଁଭଳି ମହାନ ଜଣେ ଓଡ଼ିଆ ଭାବେ ତାଙ୍କର ନୀତି ଆଦର୍ଶ ଆହୁରି ମହାନ । ଜଣେ ଦକ୍ଷ ପାଇଲଟ ଭାବେ ତାଙ୍କ ବିମାନ ଓଡ଼ାଣ କ୍ଷମତା ସମଗ୍ର ବିଶ୍ୱ ପାଇଁ ଥିଲା ଚମତ୍କାର । ତାଙ୍କ ଶାସନ ସମୟରେ ପ୍ରଣୀତ ବହୁବିଧ ଯୋଜନା ସର୍ବୋପରି ପଞ୍ଚାୟତିରାଜ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆଜି ଓଡ଼ିଶାବାସୀ ଚିର ଗର୍ବିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ କୁଳମଣୀ ଭୋଇ, ବରିଷ୍ଠ କିରାଣୀ ବ୍ରଜବନ୍ଧୁ ଠାକୁର, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ, ଦୀପକ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଗୁଣାଦର୍ଶକୁ ନେଇ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଏବଂ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

eighteen − seven =