pakka

ଯୁବ ସିଆର୍‌ସିସିଙ୍କ ଅକାଳ ବିୟୋଗରେ ଶୋକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଶ୍ରୀକାନ୍ତ ଦାସ (୪୭)ଙ୍କ ରବିବାର ଅପରାହ୍ନରେ ସାଉରିଆ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡୀନ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗ ସମଗ୍ର ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ସେ ଜଣେ ଶିକ୍ଷକ ଥିଲେ ଓ ମାଛପଡା ଆଚଂଳିକ ସାଧନା କେନ୍ଦ୍ରର ସଂୟୋଜକ ରହିଥିଲେ । ସେ ଛାତ୍ରବତ୍ସଳ, ଧର୍ମପରାୟଣ, ମେଳାପି, ପରୋପକାରୀ ମଣିଷ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବହୁ ଲୋକ, ବନ୍ଧୁବର୍ଗ, ଗ୍ର୍ରାମବାସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଘୋରଡିଆ ସ୍ଥିତ ବାସଭବନରେ ସମବେତ ହୋଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ପୁୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ କରାଯାଇଛି । ତାଙ୍କର ପୁତୁରା ବିଷ୍ଣୁପ୍ରସାଦ ଦାସ ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

six + 8 =