csstore

ସାମ୍ବାଦିକ ରୋହିତଙ୍କ ବିୟୋଗରେ ଜାବର ଗଭୀର ଶୋକ

  • ଶହୀଦର ମାନ୍ୟତା ସହ ପରିବାର ବର୍ଗଙ୍କୁ ଶହୀଦ ପରିବାରର ସମସ୍ତ ସୁବିଧା ଯୋଗାଇଦେବାକୁ ଦାବୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ବିୟୋଗରେ ଜର୍ନାଲିଷ୍ଟ ଏସୋସିଏସସନ୍ ଅଫ୍‌ ବରଗଡ଼ (ଜାବ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ନସ୍କଲଙ୍କ ଦ୍ଵାରା ବିଛା ଯାଇଥିବା ଲେଣ୍ଡ ମାଇନ୍ ଯନ୍ତାରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଶିକାର ହେବା ଆମ ରାଜ୍ୟରେ ପ୍ରଥମ ଘଟଣା ।ଏହାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ପଦକ୍ଷେପ ନେବାକୁ ଜାବ ପକ୍ଷରୁ ଦାବୀ କରାଯିବା ସହ ରୋହିତଙ୍କୁ ସହିଦ ସମ୍ମାନ ପ୍ରଦାନ କରିବା ସହ ତାଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୁରଣ ଯୋଗାଇଦେବାକୁ ଦାବୀ କରିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସାମ୍ବାଦିକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ ଜାବର ସଭାପତି ରବି ନାରାୟଣ ପଣ୍ଡା ଓ ସାଧାରଣ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କଠାରେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.