pakka

ମା’ ଉମା ମାହେଶ୍ୱରୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜା ଆରମ୍ଭ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ସ୍ଥିତ ମା’ ଉମା ମାହେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ ହୋଯାଇଛି । ଆବାହମାନ କାଳରୁ ମା’ଙ୍କ ରୀତିନୀତି ଅନୁସାରେ ମୂଳାଷ୍ଟମୀ ତିଥିରୁ ମା’ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଏହି କ୍ରମରେ ଗତକାଲି ରାତିରେ ମା’ଙ୍କ ସେବକ(ଝାଙ୍କର), ଷୋଢଦିନାତ୍ମକ ପୂଜାର ପୂଜକ(ପଣ୍ଡିତ)ଙ୍କ ସମେତ ବହୁ ସେବାୟତ ଭକ୍ତ ଏକ ଶୋଭାଯାତ୍ରାରେ ଦନ୍ତା ନଦୀକୁ ଯାଇ ସେଠାରେ ଖଣ୍ଡା ଧୂଆ ପରେ କଳସ ପୂଜା ଆଦି କରିଥିଲେ । ପୁଣି ମନ୍ଦିରକୁ ଫେରି କଳସ ସ୍ଥାପନା ସହ ମା’ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଥିଲା । ଆଜିଠାରୁ ପ୍ରତ୍ୟେକ ଦିନ ମା’ଙ୍କ ସ୍ବତନ୍ତ୍ର ପୂଜା ହୋମ୍ ଯଜ୍ଞ ଆୟୋଜିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚିତ କରାଯାଇଛି ।

jay balangir
Leave A Reply

Your email address will not be published.

twenty − thirteen =

error: Content is protected !!