oom

ରବି ଦାସଙ୍କ ସ୍ମୃତିରେ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ରବିଦାସଙ୍କ ଏକାଦଶାହ ଦିବସରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଦିବଙ୍ଗତ ଶ୍ରୀ ଦାସଙ୍କ ବାସଭବନ ସନ୍ନିକଟ ଘୋରାଡ଼ିଆ ଵାଙ୍କାଛକଠାରେ ଅନୁଷ୍ଠିତ ହୋଇଯାଇଛି । ଘୋରଡ଼ିଆ ଝଡ଼ ତୋଫାନ କ୍ରିକେଟ କ୍ଳବ, ଆମ ଓଡିଶା ଓ ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ କେନ୍ଦ୍ରର ମିଳିତ ସହଯୋଗରେ ଡକ୍ଟର ସୌରଭ ରାୟ, ଟେକ୍ନିସିଆନ୍ ଅରୁଣ କୁମାର ସାହୁ, ଝୁନୁଲତା ସାହୁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ ପ୍ରମୁଖ ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ସମୁଦାୟ ୫୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ନେଇ ଡକ୍ଟର ସୌରଭ ରାୟ ସୂଚନା ଦେଇଛନ୍ତି । ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସନ୍ଧ୍ୟାରେ ଗ୍ରାମବାସୀ ପକ୍ଷରୁ ବିଶାଳ କ୍ୟାଣ୍ଡେଲ ପଦଯାତ୍ରା ଘୋରାଡ଼ିଆ ହାଟ ବଜାରରୁ ବାହାରି ତାଙ୍କ ବାସଭବନ ପହଂଚି ନିରବ ପ୍ରାର୍ଥନା ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତି ସାହୁ, କଂଗ୍ରେସର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଚିତ୍ରସେନ ନିଶଙ୍କ, କଂଗ୍ରେସ ଜିଲ୍ଲା ମହିଳା ସଭାନେତ୍ରୀ ନିରୁପମା ପାତ୍ର, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ବିପିନ ବିହାରୀ ବଳବନ୍ତରାୟ, ସମାଜସେବୀ ଶଶି ଶେଖର ରାୟ, ଯୁବ କଂଗ୍ରେସ ନେତା ନିର୍ମଳ କୁମାର ପରିଡା, ଅଶ୍ରୁ୍ମୋଚନ ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ନରସିଂହ ପ୍ରଧାନ, ସୋମନାଥ ମଙ୍ଗରାଜ, ତ୍ରିନାଥ ବରାଳ, ସୋମନାଥ ରଣା, ରଶ୍ମି ରଞ୍ଜନ ପରିଡା, ଗୋପୀନାଥ ନାୟକ, ଦେବେନ୍ଦ୍ର ଦାସ, ବାବୁରାମ ଦାସ, ରାଧାନାଥ ମଙ୍ଗରାଜ, ମହନ୍ତ ମଙ୍ଗରାଜ, ଦୁଃଶାସନ ବେହେରା, ସଲିମ ମହମ୍ମଦ, ସୟଦ ମହମ୍ମଦ, ଦିନେଶ ପରିଡା ସହ ଝଡ଼ ତୋଫାନ କ୍ରିକେଟ କ୍ଳବର ସମସ୍ତ କର୍ମକର୍ତ୍ତା, ଅଂଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ, ଜନପ୍ରତିନିଧି ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.