om academy

କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ରେଣ୍ଡୋ ମାଝୀ ସହୀଦ ପୀଠ ଓ ଡୋକରୀ ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନୀପାଟଣା ଅଭିମୁଖେ ମ.ରାମପୁର ମା’ ଉର୍ଲାଦାନୀ ସହିଦ ରେଣ୍ଡୋ ମାଝୀ ପ୍ରତିମୂର୍ତ୍ତି ଓ ମ.ରାମପୁର ରାଜବାଟୀ ସ୍ଥିତ ମା’ ଡୋକରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ହିରେନ୍ଦ୍ର ପ୍ରତାପ ସିଂହଦେଓ, ସତ୍ୟନାରାୟଣ ସାହୁ, ସମାଜ ସେବୀ ଉଦ୍ଧବ ପଣ୍ଡା, ସଂଯୁକ୍ତା ପୁରୋହିତ, ରମାକାନ୍ତ ସାହୁ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଉକ୍ତ ମଶାଲ ଯାତ୍ରାକୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱ କରୁଥିବା ବେଳେ କଳାରୁଦ୍ର ଯୁବକ ସଂଘ କୁଶୁର୍ଲା (ହଜାରୀପଡା) ଗ୍ରାମର ସମାଜ ସେବୀ ସୁରେନ୍ଦ୍ର ସାହୁ, ହେମନ୍ତ ସାହୁ, ହରପ୍ରସାଦ ସାହୁ, ଗୋପବନ୍ଧୁ ଯୁବକ ସଂଘ ଉର୍ଲାଦାନୀର ସମ୍ପାଦକ ଅନିଲ ପରାସେଠ, ଚନ୍ଦନ ଜେନା, କ୍ଷୀରୋଦ ମଣି ଧରୁଆ, ଲିଙ୍ଗରାଜ ରଣା, ଚିଣ୍ଟୁ ନାଏକ, ରାଜୀବ ନାଏକ, ସୁନୀଲ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ପଞ୍ଚାୟତଠାରେ ସ୍ୱାଗତ କରିବା ସହ ନର୍ଲା ବ୍ଲକ ପ୍ରସାଶନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଏହି ମଶାଲ ଶୋଭାଯାତ୍ରାଟିକୁ କଳାରୁଦ୍ର ଯୁବକ ସଂଘ ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.

five × 1 =