pakka

ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱିଚ ଅନ୍‌ ଫାଉଣ୍ଡେସନ୍‌ ତରଫରୁ ଡ୍ରିମ୍ ଇଣ୍ଡିଆର ମିଳିତ ସହଯୋଗରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର, ଗୁଡ଼ଖାପାଲା ଏବଂ କୁଲୁତାପଡ଼ା ଗ୍ରାମପଞ୍ଚାୟତରେ ମୁଭ୍ ଫର୍ ଆର୍ଥ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ରୁପାଧର ପୁଟାଙ୍କ ପରିଚାଳନାରେ ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାକୁ ଅର୍ଜୁନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତା ଜଗଦଳା ଶୁଭ ସଙ୍କେତ ଦେଖାଇ ଶୁଭାରମ୍ଭ କରିଥିଲେ । ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବସ୍ତୁ ବର୍ଜନ, ସୌରଶକ୍ତିର ବ୍ୟବହାର ଏବଂ ଜୈବିକ ପ୍ରଣାଳୀରେ ଚାଷ କରିବା ଏହି କାର୍ଯ୍ୟକର୍ମର ମୂଳ ଲକ୍ଷ୍ୟ ଥିଲା । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିରର ଡ୍ରିମ୍ ଇଣ୍ଡିଆ, ପ୍ରକୃତି ସୁରକ୍ଷା ମଞ୍ଚ, ଲୋକ ଉନ୍ନତି ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରି ଗ୍ରାମ ଗୁଡ଼ିକୁ ସାଇକେଲ ଯାତ୍ରା କରି ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବସ୍ତୁ ବର୍ଜନ ଉପରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବ ଗୋଷ୍ଠୀ ତଥା ଛାତ୍ରଛାତ୍ରୀ ଓ ସମାଜସେବୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶାନ୍ତନୁ ଧରୁଆ, ସୁକନ୍ୟା ରାଜହଂସ, ଲୋକ ଉନ୍ନତି ସଂଗଠନ ଦେଓଗାଁ ବ୍ଲକର ସମ୍ପାଦକ ମିଥୁନ ସୁନା, ପିତାମ୍ବର ପଧାନ, ଶ୍ରୀବଶି ନାଗ, ଶରତ ସୁନା ଓ ପ୍ରକୃତି ସୁରକ୍ଷା ମଞ୍ଚର ସଭ୍ୟ ଗରିବ ବାରିକ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

6 − 1 =