csstore

ମମିତାଙ୍କୁ ନ୍ୟାୟ ଦେବା ଦାବୀରେ ଝରଣୀରେ ସଭା ଓ ଶୋଭାଯାତ୍ରା

ତୁରେକେଲା, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍‌ଏସ୍‌ଏସ୍‌)ର ସର୍ବ ଭାରତୀୟ ସାଧାରଣ ସଂପାଦିକା ଛବି ମହାନ୍ତି, ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍‌ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର, ଅଲ୍‌ଇଣ୍ଡିଆ ଡେମୋକ୍ରାଟିକ୍‌ ୟୁଥ ଅର୍‌ଗାନାଇଜେସନ୍‌ (ଏଆଇଡିୱାଇଓ) ବଲାଙ୍ଗିର ଜିଲ୍ଲା ଯୁଗ୍ମ ଆବାହକ ତାମସ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମମିତା ମେହେରଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ ଓ ମମିତାଙ୍କ ଗ୍ରାମ ଝରଣୀରେ ମମିତାଙ୍କୁ ନ୍ୟାୟ ଦାବୀରେ ସଭା ଓ ଶୋଭାଯାତ୍ରା କରିଥିଲେ । ପରିବାର ବର୍ଗଙ୍କ ଦୃଢ ମନୋବଳ ଓ ଗ୍ରାମବାସୀଙ୍କ ଅଦ୍ଭୂତପୂର୍ବ ସହଯୋଗ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଶିଷ୍ଟ ନାରୀ ନେତ୍ରୀ ଛବି ମହାନ୍ତି ମତପ୍ରକାଶ କରିବା ସହିତ ଅବିଳମ୍ବେ ବର୍ମା କମିଶନ ରିର୍ପୋଟ ଅନୁଯାୟୀ ଫାଷ୍ଟଟ୍ରାକ୍‌ କୋର୍ଟ ମାଧ୍ୟମରେ ମୁଖ୍ୟ ଆସାମୀ ଗୋବିନ୍ଦ ସାହୁ, ରାଜ୍ୟଗୃହ ମନ୍ତ୍ରୀ ତଥା ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ କଠୋରରୁ କଠୋରତମ ଶାସ୍ତି ଦେବା ପାଇଁ ଦାବୀ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଏଆଇଏମ୍‌ଏସ୍‌ଏସ୍‌ର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟା ମନ୍ଦୋଦରୀ ରାଉଳ, ଏଆଇଡିଏସ୍‌ଓର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁନିଳ ଭୋଇ ଏଆଇଡିଏସ୍‌ଓ ଜିଲ୍ଲା ସଂପାଦକ ମଧୁସୂଦନ ବାଗ ସହ ସଂଗଠନର ବହୁ ସଦସ୍ୟ ସାମିଲ ଥିଲେ ।

jayashree
Leave A Reply

Your email address will not be published.