pakka

ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ପାଟଣାଗଡ଼ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା

bbehera
  • ବାସ୍ତବରେ ବ୍ରାହ୍ମଣ ଷୋଡ଼ଶ ସଂସ୍କାରବାଦୀ ଓ ମାନବ ସମାଜ ମଧ୍ୟରେ ଶ୍ରେଷ୍ଠ, ନିଜର ବୁଦ୍ଧି ବିବେକର ଉପଯୋଗ କରି ସମାଜକୁ ଆଗକୁ ନେବା ସହ ଶ୍ରେଷ୍ଠ ସମାଜ ଗଠନ କରିବାରେ ଭୂମିକା ନେବା ଆବଶ୍ୟକ : ବ୍ରାହ୍ମଣ ଏକତା ମଞ୍ଚ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ରେ ବ୍ରାହ୍ମଣ ଏକତା ମଞ୍ଚ ସମାଜ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଆଜି ସକାଳୁ ୭ ଘଣ୍ଟା ସମୟରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ରହ୍ମପୁରା ବଳଦେବ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ବ୍ରାହ୍ମଣ ଏକତା ମଞ୍ଚ ସଭାପତି ତନ୍ମୟ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବ୍ରାହ୍ମଣ ଏକତା ମଞ୍ଚ ସମାଜର ସଂପାଦକ ଗୌର ଆଚାର୍ଯ୍ୟ, ଅରକ୍ଷିତ ଯୋଷୀ ଡମ୍ବରୁଧର ପାଣିଗ୍ରାହୀ ମୁନା ପାଣିଗ୍ରାହୀ ସୁନା ଯୋଷୀ ବିଶ୍ଵଜିତ ହୋତା ଲକ୍ଷ୍ମୀକାନ୍ତ ମିଶ୍ର, ଶିବପ୍ରସାଦ ପଣ୍ଡା, ପ୍ରଦୀପ ପୁରୋହିତ ଅଶୋକ ପାଣିଗ୍ରାହୀ ପ୍ରବିଣ ପୁରୋହିତ ଶ୍ରୀମତ୍ ପାଣିଗ୍ରାହୀ, ଦୀପକ ଖମାରୀ, ଅଜିତ ପୁରୋହିତ, ମଣ୍ଟୁ ଯୋଷୀ, ଇନ୍ଦୁ ଭୂଷଣ ଠାକୁର, ବିଜୟ ଦାସ, ସୁବାଷ ଆଚାର୍ଯ୍ୟ, ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମପୁରା ବ୍ଲକ ଛକ ଠାରେ ଭଗବାନ ପର୍ଶୁରାମ ଓ ବଳଦେବ ଜୀଉଙ୍କ ପୂଜାର୍ଚ୍ଚନା ସହ ସାମୁହିକ ଓଁକାର ମନ୍ତ୍ର ପାଠ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ଏଥିରେ ବ୍ରାହ୍ମଣ ଏକତା ମଞ୍ଚର ବିଶିଷ୍ଟ ପୁରୋହିତମାନେ ଯୋଗଦେଇ ବର୍ତ୍ତମାନ ସମୟରେ ମନୁଷ୍ୟର ଷୋଡ଼ଶ ସଂସ୍କାର ଉପରେ ନିଜର ମତବ୍ୟକ୍ତ କରିଥିଲେ । ମାନବ ସମାଜର ମନୁଷ୍ୟ କିଭଳି ନିଜ ସଂସ୍କାରକୁ ଭୁଲି ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ବିଭିନ୍ନ କୁସଂସ୍କାର ଭିତରକୁ ପ୍ରବେଶ କରି ଚାଳିଛି ଏହା ଶୁଭ ଲକ୍ଷଣ ନୁହେଁ ଏଣୁ ଆମକୁ ସଂସ୍କାରିତ ହେବାକୁ ପଡିବ । ମନୁଷ୍ୟ ସମାଜର ଶ୍ରେଷ୍ଠ ପ୍ରାଣୀ ଭାବରେ ନିଜର ବୁଦ୍ଧି ବିବେକର ଉପଯୋଗ କରି ସମାଜକୁ ଆଗକୁ ନେବା ସହ ଶ୍ରେଷ୍ଠ ସମାଜ ଗଠନ କରିବା ଭୂମିକା ନେବା ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ । ଏଥିରେ ବ୍ରାହ୍ମଣ ଏକତା ମଞ୍ଚର ବିଶିଷ୍ଟ କର୍ମକର୍ତ୍ତା ମାନଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତି ଥିଲେ । ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଶେଷରେ ସାମୁହିକ ଭୋଜନ ସହ ପଣା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ରାଜେଶ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

10 − 6 =