pakka

ରମ୍ଭା ସହରରେ ବିଜେପିର ବିଶାଳ ବିଜୟ ଶୋଭାଯାତ୍ରା

bbehera

• ରମ୍ଭା ସହର ବିଜେପିର ପୂର୍ଣ୍ଣ ଦଖଲରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ବିଜୟର ବାନା ଉଡ଼ାଇ କର୍ମୀମାନେ ଆତସବାଜି ଓ କଷାରଙ୍ଗର ଫଗୁ ଖେଳିଛନ୍ତି, ଯାହା ଫଳରେ ରମ୍ଭା ସହରରେ ଖୁସିର ପର୍ବଭଳି ଆନନ୍ଦରେ ହୋ-ହାଲ୍ଲା ମଧ୍ୟରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ଗଞ୍ଜାମ ଜିଲ୍ଲାର ଐତିହାସିକ ରମ୍ଭା ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ ଶ୍ରୀମତୀ ମାନସୀ ସ୍ୱାଇଁ ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି । ଶ୍ରୀମତୀ ସ୍ୱାଇଁ ୩ ହଜାର ୯୧୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କୁମାରୀ ବିଶ୍ୱାଳ ୨ହଜାର ୯ଶହ୧୯ଭୋଟ ପାଇ ହରିଯାଇଛନ୍ତି ।
ରମ୍ଭା ସହରରେ ବିଜେପିର ପୂର୍ଣ୍ଣ ଦଖଲକୁ ଆସିଗଲା । ରମ୍ଭା ଏନ୍.ଏ.ସି.ରେ ସର୍ବମୋଟ ୧୩ଟି ୱାର୍ଡ ରହିଥିବା ବେଳେ ତନ୍ମଧ୍ୟରୁ ୯ ଟି ୱାର୍ଡରେ ବିଜେପି ଦଖଲକୁ ଆସିଥିବା ଜଣାଯାଇଛି । ସେମାନେ ହେଲେ ୨ ନମ୍ବର ୱାର୍ଡରେ ଡଲି ବେହେରା, ୩ ନମ୍ବର ୱାର୍ଡରେ ଜୟନ୍ତୀ ଗୌଡ଼, ୪ ନମ୍ବର ୱାର୍ଡରେ କୁମାରୀ ଜାନୀ, ୫ ନମ୍ବର ୱାର୍ଡରେ ବନ୍ଦନା ଗୌଡ଼, ୭ ନମ୍ବର ୱାର୍ଡରେ ମଞ୍ଜୁଳା ସେଠୀ, ୮ନମ୍ବର ୱାର୍ଡରେ ସରୋଜିନୀ ସେନାପତି, ୯ନମ୍ବର ୱାର୍ଡରେ ଅଭିନାଥ ବେହେରା, ୧୦ନମ୍ବର ୱାର୍ଡରେ ସୁବାସ ଚନ୍ଦ୍ର ବେହେରା, ୧୧ନମ୍ବର ୱାର୍ଡରେ କାଳିଆ ତରାଇ ପ୍ରମୁଖ ୱାର୍ଡ ପକ୍ଷରୁ ବିଜେପି ପ୍ରାର୍ଥୀଙ୍କ ସଫଳ ବାଜିମାତ ହୋଇଛି । ୧ନମ୍ବର ୱାର୍ଡରେ ସାଗର କୁମାର ନାହାକ, ୬ ନମ୍ବର ୱାର୍ଡରେ ସମରସେନା ପଣ୍ଡା ମାତ୍ର ଏହି ଦୁଇଟି ୱାର୍ଡ ବିଜେଡିକୁ ମିଳିଛି ଏବଂ ୧୨ ନମ୍ବର ୱାର୍ଡରେ ସିପିଆଇ ପ୍ରାର୍ଥୀ କ୍ଷେତ୍ରମୋହନ ବେହେରା, ଏବଂ ସିପିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥିନୀ ଜ୍ୟୋସ୍ନାରାଣୀ ବେହେରା ବିଜୟ ଲାଭ କରିଛନ୍ତି ।

jay balangir
Leave A Reply

Your email address will not be published.

two × 2 =