pr

ପଣ୍ଡିତ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

dr. purohit

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଆଜି ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଶିକ୍ଷକ ହିମାଂଶୁ ଚନ୍ଦ ସଭାପତି ଏବଂ ମୁଖ୍ୟବକ୍ତା ଭାବେ ରମେଶ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ନାଚିନ୍ଦା ରାଜସ୍ୱ ନୀରିକ୍ଷକ ମନୋଜ କୁମାର ମାରେଣ୍ଡି, ଖରିଦପିପଳ ଗ୍ରାମପଞ୍ଚାୟତର ସରପଞ୍ଚ ଦିବ୍ୟେନ୍ଦୁ ବିକାଶ ପାତ୍ର, ନାଚିନ୍ଦା ଗ୍ରାମପଞ୍ଚାୟତର ସରପଞ୍ଚ ଶତାଦ୍ଦୀ ଚନ୍ଦ, ଆଇନଜୀବୀ ରାଜକିଶୋର ଜେନା, ଶିକ୍ଷାବିତ୍ ଶିବନାରାୟଣ ପାତ୍ର, ସମାଜସେବୀ ସୁବାସ ଚନ୍ଦ, କମଳ ଲୋଚନ ଦାସ, ହେମନ୍ତ ପ୍ରଧାନ, ଭବଶଙ୍କର ଦାସ, ଅନ୍ନପୂଣ୍ଣା ମହାପାତ୍ର, ପୂର୍ଣ୍ଣିମା ଚନ୍ଦ, ୱାର୍ଡସଭ୍ୟା ସୁଷମା ଚନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ୱର୍ଗତଃ ମହାପାତ୍ରଙ୍କ ସୁପୁତ୍ର ପୂର୍ଣ୍ଣେନ୍ଦୁ ମହାପାତ୍ର, ମଧୁସୂଦନ ମହାପାତ୍ର, ଦୀନବନ୍ଧୁ ମହାପାତ୍ର, କୃପାସିନ୍ଧୁ ମହାପାତ୍ର, ଜଗବନ୍ଧୁ ମହାପାତ୍ର, ପୁତ୍ରବଧୂ ଶଙ୍କରୀ ମହାପାତ୍ର, ସୁମିତ୍ରା ମହାପାତ୍ର, ପୂର୍ଣ୍ଣିମା ମହାପାତ୍ର, ସାଗରିକା ମହାପାତ୍ର, ବିଷ୍ଣୁପ୍ରିୟା ମହାପାତ୍ର ଉକ୍ତ ସଭାରେ ଅଂଶ ଗ୍ରହଣ କରିବା ସହ ନାତି ଗଜାନନ ମହାପାତ୍ର, ସୁଦର୍ଶନ ମହାପାତ୍ର ନାତୁଣୀ ରଶ୍ମିତା, ମମତା, ନାତୁଣୀ ବଧୂ କ୍ରିଷ୍ଣା, ଦୟାମୟୀ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.