pakka

ସ୍ୱର୍ଗତ ବିନୋଦ ବିହାରୀ ହେର୍ଣ୍ଣାଙ୍କ ସ୍ମୃତିସଭା ଅନୁଷ୍ଠିତ

bbehera

ନୂଆପଡା, (ନିରାକାର ମେହେର) : ବିଶିଷ୍ଟ ସମାଜସେବୀ ବିନୋଦ ବିହାରୀ ହେର୍ଣ୍ଣାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଏହି ବ୍ଲକ ଅର୍ନ୍ତଗତ କଇଁଟପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ୱର୍ଗତ ହେର୍ଣ୍ଣାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନଶିକ୍ଷକ ସୋମନାଥ ନାଏକଙ୍କ ସମେତ ସହକାରୀ ଶିକ୍ଷକ କ୍ଷିତିପତି ନାଗ, ଚୂଡ଼ାମଣି ମେହେର, ବିରେଂଦ୍ର ମେହେର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଏ ଅବସରରେ ସ୍ୱର୍ଗତ ହେର୍ଣ୍ଣାଙ୍କ ସାଂଗଠନିକ ଦକ୍ଷତା, ନିସ୍ୱାର୍ଥପର ସମାଜସେବା ଓ ଆଦର୍ଶବୋଧ ଉପରେ ଆଲୋକପାତ କରାଯାଇଥିଲା । ସଭାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

seventeen + 15 =