csstore

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ବୈଠକ ତଥା ସ୍ମୃତି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କର ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିମାନଙ୍କର ଉପସ୍ଥିତିରେ ତଥା ମଧୁସୁଦନ ନାୟକଙ୍କ ମଂଚ ପରିଚାଳନାରେ ଏହି ସଭ।କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସଭାରେ ଜିଲ୍ଲା ଶିକ୍ଷକମାନଙ୍କର ପଦୋନ୍ନତି, ବକେୟା ପାଉଣା, ଇଂକ୍ରିମେଣ୍ଟ ପାଇଁ ଜିଲ୍ଲା ତଥା ରାଜ୍ୟସ୍ତରୀୟ ପଦାଧିକାରୀମାନଙ୍କୁ ଲିଖିତ ଅଭିଯୋଗ ପାଇଁ ପ୍ରସ୍ତାବ ଆସିଥିଲା । ସଭାରେ ରସୁଲ ଖାଁ, ସଂଯୁକ୍ତା ପାଣିଗ୍ରାହୀ, ରଘୁନାଥ ଷଡଙ୍ଗୀ, ସଞ୍ଜିତ ଦୋରା, ବସନ୍ତ ବୁଡେକ, ନରେନ୍ଦ୍ର କୁମାର, ସୌଭଗ୍ୟ ବନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ସଭାପତି ସମସ୍ତଙ୍କର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାର ପ୍ରତିଶୃତି ଦେଇ ସଭା ସାଙ୍ଗ କରିଥିଲେ । ସଭାରେ ସର୍ବ ପ୍ରଥମେ ସ୍ୱର୍ଗତ ଗୌର ପ୍ରସାଦ ପୁରୋହିତ, ପୂର୍ବତନ ସଭାପତି ବଲାଙ୍ଗିର ଜିଲ୍ଲାର ଆଦର୍ଶକୁ ବର୍ତ୍ତମାନ ସମାଜରେ ପ୍ରେରଣା ସୃଷ୍ଟି କରିବା ପାଇଁ ହରେକୃଷ୍ଣ ରଥ, ଦୁର୍ଯ୍ୟୋଧନ ପଶାୟତ, ଧ୍ରୁବ ଚରଣ ଚୋପ୍‌ଦାର, ଅନୁପମା ପ୍ରହରାଜ, ଶ୍ୟାମ ସୁନ୍ଦର ଦାସ, ମଧୁ ବାବୁ, ଶଶୀଭୂଷଣ ପଟେଲ, ଜୟଦେବ ବିଶି, ପ୍ରଶାନ୍ତ ପୁରୋହିତ, ମୀନକେତନ ଡାଙ୍ଗ ପ୍ରମୁଖ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.