କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ କର୍ମଶାଳା

  • ଶିଶୁକୁ ଗଢି ତୋଳିବାରେ ମାଁର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାଟିକା ବିଭାଗରେ ମାତୃ କର୍ମଶାଳା ଆୟୋଜିତ ହୋଇଯାଇଛି । ପୁଇଁନ୍ତଲା ଗୋଷ୍ଠି ସାଧନ କର୍ମୀ ଅଳକା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀମତୀ ଦାଶ ଶୈକ୍ଷିକ ବ୍ୟବସ୍ଥାକୁ ମାଁ ମାନଙ୍କ ପାଖରେ ପହଞ୍ଚାଇବା ସହ ଶିଶୁକୁ ଗଢି ତୋଳିବାରେ ମାଁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ରବିନ୍ଦ୍ର କୁମାର ମିଶ୍ର, ଉପ ସଭାପତି ଡଃ. ଗୋଦାବରିଶ ରଥ, ଶିଶୁ ବାଟିକା ପ୍ରମୁଖ ରତ୍ନପ୍ରଭା ଦାଶ, ବିଦ୍ୟାଳୟ ପରିଚାଳନା ସଦସ୍ୟା କାନ୍ତାୟନୀ ଷଡଙ୍ଗୀ, ନଳିନୀ ସେଠ ମଞ୍ଚାସୀନ ଥିଲେ । ଶିଶୁ ବୋଧର ଭାଇ ଭଉଣୀମାନଙ୍କ ଦ୍ୱାରା ସାମୁହିକ କଣ୍ଠ ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁବାଷିନୀ ପ୍ରଧାନ ସଂଯୋଜନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ରତ୍ନପ୍ରଭା ଦାଶ । ଏହି କର୍ମଶାଳାରେ ଶିଶୁ ବାଟିକା ପ୍ରମୁଖ ରତ୍ନପ୍ରଭା ଦାସ କର୍ମଶାଳାର ଆଭିମୁଖ୍ୟ, ସୈଦ୍ଧାନ୍ତିକ ବିଷୟ ଓ ଭାଷା ବିକାଶ ଉପରେ ଶିକ୍ଷାଦାନ ଦେଇଥିବା ବେଳେ ଶାରିରୀକ ଶିକ୍ଷାଦାନ ସମ୍ପର୍କରେ ସୁବାଷିନୀ ପ୍ରଧାନ ଗୀତ ଓ କାହାଣୀ ସମ୍ପର୍କରେ ରୀତାଞ୍ଜଳୀ ପଣ୍ଡା ଶିକ୍ଷା ଦାନ ଦେଇଥିଲେ । ସୌମ୍ୟା ତ୍ରିପାଠି, ଚଞ୍ଚଳି ହୋତା, ପୁଷ୍ପାଞ୍ଜଳି ମିଶ୍ର ବିଭିନ୍ନ ଶୈକ୍ଷିକ କାଳାଂଶ ଉପରେ ଶିକ୍ଷାଦାନ କରିଥିଲେ । ଏହି କର୍ମଶାଳାରେ ମାଁ ମାନଙ୍କ ଦ୍ୱାରା ହସ୍ତକର୍ମ, ଅମୃତ କଳସ ଓ ସ୍ୱଅନୁଭୁତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଡଃ. ଗୋଦାବରିଶ ରଥ । ଶିଶୁ ମନ୍ଦିରର ମନୋରମା ପାଣିଗ୍ରାହୀ, ସବିତା ନାଗ, ସଂଯୁକ୍ତା ନାଏକ, ଶଶି ଶେଖର ଦାଶ, ସନୋଜ ଦାଶଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.