csstore

ବଲାଙ୍ଗିର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ କ୍ରା୍ୟାଳୟରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସଂଘ ସଭାପତି ବିରେନ୍‌ ମିଶ୍ର ଓ ସମ୍ପାଦକ ଅଶ୍ୱିନୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୂଜାରେ ବାସୁଦେବ ନାଥ କର୍ତ୍ତା ଭାବେ ଯୋଗ ଦେଇଥିଲେ । ପଣ୍ଡିତ ଶଙ୍କର୍ଷଣ ମିଶ୍ର ପୂଜକ ଭାବେ ଯୋଗଦେଇ ପୂଜାକାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ଟ୍ରକ୍‌ ମାଲିକ ସଂଘର ଜିତେନ ମିଶ୍ର, ଆର୍ତ୍ତ ଯୋଷୀ, ପ୍ରକାଶ ପୁରୋହିତ, ସନତ (ଚୁନ୍‌ଚୁନି) ପୁରୋହିତ, ଭାଗ୍ୟ ପଣ୍ଡା, ପିସ୍ତଲ ସିଂହ, ଚିମା ସିଂହ, କୁଲଦୀପ ସିଂହ, ଧୁମା ଡାଙ୍ଗ, ପଙ୍କର ସିଂହ, ରବି ତ୍ରିପାଠୀ, ଟୁନା ପ୍ରଧାନ, ସନ୍ତୋଷ ସାହୁ, ଭଗବାନ ସାହୁ, ସୁବାଷ ଡାଙ୍ଗ, ଶଙ୍କର ଅଗ୍ରୱାଲ ପ୍ରମୁଖ ପୂଜାରେ ଯୋଗଦେଇ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରିଥିଲେ । ରୁଦ୍ରପ୍ରସାଦ ମିଶ୍ର ଓ ସୁବାଷ ଥାଟି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । ଟ୍ରକ୍‌ ଚାଳକ ସଂଘ ବଲାଙ୍ଗିର ଟ୍ରକ୍‌ ଚାଳକ ସଂଘ ପକ୍ଷରୁ ଆଇନ ମହାବିଦ୍ୟାଳୟ ରାସ୍ତା ଉପରେରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁରେଶ ସିଂହ ଓ ସମ୍ପାଦକ ସୁନୀଲ ମଟାରୀଙ୍କ ତତ୍ୱାବଧାନରେ ପାଳିତ ବିଶ୍ୱ ଶିଳ୍ପୀଙ୍କ ପୂଜାର୍ଚ୍ଚନାରେ ଫଗନୁ ନାଏକ ଓ ପତ୍ନୀ ଶୋଭାଗିନୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ପଣ୍ଡିତ ଆଶିଷ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିଲେ । ପ୍ରେମକୁମାର ନାଗ, ବିଶ୍ୱାମିତ୍ର ଦୀପ, ଆନନ୍ଦ ମହାନନ୍ଦ, ଧର୍ମୁ ଦୀପଙ୍କ ସହ ବଲାଙ୍ଗିର ଟ୍ରକ୍‌ ଚାଳକ ସଂଘର ଶତାଧିକ ସଦସ୍ୟ ଯୋଗଦେଇ ବିଶ୍ୱକର୍ମାଙ୍କ ପୂଜା ଆରାଧନା କରିଥିଲେ ।

jayashree
Leave A Reply

Your email address will not be published.