jsm

ରିଷିଡାରେ ବ୍ଲକସ୍ତରୀୟ କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡାଠାରେ ବ୍ଲକସ୍ତରୀୟ କୁରାଳ ସମାଜର ଭବନ ନିର୍ମାଣ ପାଇଁ ଗତକାଲି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ମୁରଲୀଧର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି, ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାୟକ ମହୀଧର ରଣା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ରିଷିଡା ସରପଞ୍ଚ ସେବତୀ ରଣା, ତେରେସିଂଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁମ୍ଭକାରମାନଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ବତନ ବ୍ଲକ ସଭାପତି ରୋହିତ କୁମାର ରଣା ସଭା ସଂଯୋଜନା କରିଥିବା ବେଳେ ବ୍ଲକ ସମ୍ପାଦକ ଗୌରକିଶୋର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଭବନ ନିର୍ମାଣ ପାଇଁ ଭୂମିଦାନ କରିଥିବା ଚାରି ଜଣ ବ୍ୟକ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ କୁମାର ରଣା, ପୂର୍ବତନ ସରପଞ୍ଚ ନାରାୟଣ ରଣା, ବିଦେଶୀ ରଣା ଓ ଚନ୍ଦ୍ର ରଣାଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ । ଏଥିସହିତ ଭବନ ନିର୍ମାଣ ପାଇଁ ପୂର୍ବତନ ବ୍ଲକ ସଭାପତି ରୋହିତ ରଣା ବ୍ୟକ୍ତିଗତ ଭାବେ ପଚିଶ ହଜାର ଟଙ୍କା ସହାୟତା କରିଥିବାରୁ ତାଙ୍କୁ ଓ ତାଙ୍କ ଧର୍ମପତ୍ନୀ ମଞ୍ଜୁ ରଣାଙ୍କୁ ମଧ୍ୟ ଅତିଥି ମାନେ ସମ୍ମାନିତ କରିଥିଲେ । ଏଥିସହିତ ୧୯୭୪ ମସିହାରେ ରିଷିଡାଠାରେ ରାଜ୍ୟସ୍ତରୀୟ କୁମ୍ଭକାର ସମାଜର ମହାସଭା ଆୟୋଜନ କରିଥିବା ନନ୍ଦକିଶୋର ରଣା (କ) ଓ ନନ୍ଦକିଶୋର ରଣା (ଖ)ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ରଣା, ଜଗମୋହନ ରଣା, କ୍ଷୀରସାଗର ରଣା, ହିମାଂଶୁ ରଣା, ସୁବୀନ୍ଦ୍ର ରଣା, ଶତ୍ରୁଘନ ରଣାଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.