ls

ଟିଟିଲାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଟୁକୁନି ସାହୁ

a12

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧୁବାର ଦିନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତର ଜଳ ସମସ୍ୟାର ସମାଧାନ ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ ପଞ୍ଚାୟତର ଭାଟିପଡା ଗ୍ରାମବାସୀମାନଙ୍କର ସୁବିଧା ପାଇଁ ବିଧାୟିକା ଉନ୍ନୟନ ପାଣ୍ଠିରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ କୁଶକେଲା ପଞ୍ଚାୟତର ଲିମିପଡାଠାରେ ୧ କୋଟି ୬୪ ଲକ୍ଷ ଟଙ୍କାରେ ଲିମପଡା, ଖଲିଆପଡା ଓ ଲୁଦିପଡା ପାଇଁ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଗୀତା ବିଶି, ସଞ୍ଜୟ ବେହେରା ଓ ସମିତି ସଭ୍ୟ ପବନ ପ୍ରସାଦ ଗୁପ୍ତା ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଯୋଗୁଁ ଏହି ପଞ୍ଚାୟତର ବହୁତ ଲୋକ ଉପକୃତ ହୋଇପାରିବେ ।

manabhanjan
Leave A Reply

Your email address will not be published.