ମାଲପଡା ରାମସ୍ୱାମୀ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କଲେ ନରସିଂହ

  • ମନ୍ଦିର ମାଧ୍ୟମରେ ଅଂଚଳରେ ଶାନ୍ତି ଏକତା ପ୍ରତିଷ୍ଠା ହେଉ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ଅନ୍ତର୍ଗତ ୧୫ ନଂ. ୱାର୍ଡ ମାଲପଡାଠାରେ ଥିବା ଶ୍ରୀ ଶ୍ରୀ ରାମସ୍ୱାମୀ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟର ଶୁଭ ଶିଳାନ୍ୟାସ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ନିଜ ବିଧାୟକ ପାଣ୍ଠିରୁ ପ୍ରଦତ୍ତ ୫ଲକ୍ଷ ଟଙ୍କାର ଅନୁଦାନ ରାଶିରେ ଏହି ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବହୁ ପୁରାତନ ଏହି ମନ୍ଦିର ଜାରାଜିର୍ଣ୍ଣ ଅବସ୍ଥାରେ ଥାଇ ଭକ୍ତମାନଙ୍କର ପୂଜା ଅର୍ଚ୍ଚନା କରିବା ପାଇଁ ଅସୁରକ୍ଷିତ ହୋଇଯାଇଥିଲା । ଯାହା ଫଳରେ କି ମାଲପଡା ଅଂଚଳର ଜନସାଧାରଣ ଏକତ୍ରିତ ହୋଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଏହାର ପୁନଃଉଦ୍ଧାର ପାଇଁ ଅନୁଦାନ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଏହି ଅନୁଦାନ ପ୍ରଦାନ କରିବା ପରେ ତାହାର କାର୍ଯ୍ୟ ଆରମ୍ଭ ହୋଇଯାଇଅଛି । ଶିଳାନ୍ୟାସ ପରବର୍ତ୍ତୀ ସଭାରେ ବିଧାୟକ ଶ୍ରୀ ମିଶ୍ର ଅଂଚଳବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ମନ୍ଦିର ନିର୍ମାଣ ହେଉ କି ପୁନଃଉଦ୍ଧାର ହେଉ ଏହା ଏକ ସଙ୍ଗବଦ୍ଧ କାମ । ଏଥିରେ ସଫଳ ହେଲେ ଲୋକଙ୍କ ମଧ୍ୟରେ ଶାନ୍ତି ଓ ଏକତା ପ୍ରତିଷ୍ଠିତ ହୋଇଥାଏ ଏବଂ ଶାନ୍ତି ଏକତା ମାଧ୍ୟମରେ ହିଁ ଆମକୁ ବିକାଶର ରାସ୍ତା ମିଳିଥାଏ । ତେଣୁ ଏହି ପୁନଃଉଦ୍ଧାର କାମରେ ସମସ୍ତେ ନିଜର ସହଯୋଗର ହାତ ବଢାଇବା କଥା । ଆପଣମାନଙ୍କ ମାଧ୍ୟମରେ ମୁଁ ଅଂଚଳବାସୀ ତଥା ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି, ଏହି ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହୁ ଯାହା ଦ୍ୱାରା କି ଆମେ ଏକ ସୁଦୃଶ୍ୟ ଏବଂ ଭବ୍ୟ ଶ୍ରୀ ରାମସ୍ୱାମୀଙ୍କ ମନ୍ଦିର ନିର୍ମାଣ କରିପାରିବା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିରର କାର୍ଯ୍ୟକର୍ତ୍ତା ଗୋକୁଲ କରନ, ବସୁ ନାଗ, ଲୁଟୁ ପଣ୍ଡା, ଶିଶିର ଶତପଥି ଏବଂ ଉମାଶଙ୍କର ପଣ୍ଡା ମଂଚାସୀନ ଥିବା ବେଳେ ବୁଲୁ ଦାନି, ମନୀଷ ମିଶ୍ର, ବିକ୍ରମ ପାତ୍ର, ପବିତ୍ର ବେହେରା, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ଜୟରାନାରାୟଣ ବହିଦାର, ନାସିର ଖାନ, ସୌମ୍ୟଦୀପ ସରାଫ, ଚନ୍ଦନ ମିଶ୍ର, ସନ୍ତୋଷ ମିଶ୍ରଙ୍କ ସମେତ ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.