
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ଅନ୍ତର୍ଗତ ସତଲମା ଗ୍ରାମର ପୂର୍ବତନ ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଅସର୍ପି ସାହୁଙ୍କ ଗତ ଶୁକ୍ରବାର ବରପାଲି ସରକାରୀ ଡାକ୍ତରଖାନାରେ ଚିକିତ୍ସିତି ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମପରାୟଣ, ସତ୍ୟନିଷ୍ଠ, ପରୋପକାରୀ ଏବଂ ଭାଗବତ ପ୍ରେମୀ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଲରେ ଶୋକର ଛାୟା ଖେଲିଯାଇଛି । ତାଙ୍କର ତିନୋଟି ପୁଅ ସରୋଜ, ପଙ୍କଜ, ସୁଧାଂଶୁ ଏବଂ ତିନୋଟି ଝିଅ ଯାମିନୀ, ପଦ୍ମିନୀ, ଶୈଳେନ୍ଦ୍ରି ଅଛନ୍ତି । ତାଙ୍କ ଶବାଧାରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସାମିଲ ହୋଇଥଲେ । ବଡ଼ପୁଅ ସରୋଜ ମୁଖାଗ୍ନି ଦେଇଥିଲେ ।