csstore

ମୁରିବାହାଲ କମ୍ପ୍ୟୁଟର ପଏଣ୍ଟରୁ, ଓକେସିଏଲ୍ ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ସଚେତନତା ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ମେଡିକାଲ ଛକରେ ଥିବା କମ୍ପ୍ୟୁଟର ପଏଣ୍ଟରୁ ଓଡ଼ିଶା ଷ୍ଟେଟ ନଲେଜ କର୍ପୋରେସନ୍ ଲିମିଟେଡ (ଓକେସିଏଲ୍) ଦ୍ଵାରା କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ କମ୍ପ୍ୟୁଟର ପଏଣ୍ଟର ସେଣ୍ଟର ହେଡ ପ୍ରଦୀପ କୁମାର ବଘାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ସଦର ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି, ମୁରିବାହାଲ ଥାନା ଏଏସଆଇ ସୁଶୀଲ କୁମାର ମହାପାତ୍ର, ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର,କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ସାହୁ, ଓଏଭି ସିଷ୍ଟମ ମେଣ୍ଟେନେନ୍ସ ଇନଚାର୍ଜ ପ୍ରଦୀପ ନନ୍ଦ ଓ ବିଦ୍ୟାର୍ଥୀ କୋଚିଂ ସେଣ୍ଟର୍ ହେଡ ସୁମନ୍ତି ଗଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଓଡ଼ିଶା ଷ୍ଟେଟ ନଲେଜ୍ କର୍ପୋରେସନ, ଓଏସଓୟୁ ସାର୍ଟିଫିକେସନ୍ ଓ ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ଶିଟି ଦ୍ଵାରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସାର୍ଟିଫିକେଟ କୋର୍ସ ପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ କମ୍ପ୍ୟୁଟର ପଏଣ୍ଟର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସେଣ୍ଟର ହେଡ଼ ଶ୍ରୀ ବଘାର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.